Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କମ୍ପ୍ୟୁଟର ବାବାଙ୍କ କାର ଦୁର୍ଘଟଣା ଘଟଣା: ‘ଏହା ଦୁର୍ଘଟଣା ନୁହେଁ ବରଂ ଜାଣିଶୁଣି ଜୀବନରୁ ମାରିବାକୁ ହୋଇଥିଲା ଷଡଯନ୍ତ୍ର’

19/10/2021 at 5:06 PM

ବୁରହାନପୁର ୧୯/୧୦ : କମ୍ପ୍ୟୁଟର ବାବା ନାଁରେ ପ୍ରସିଦ୍ଧ ସ୍ବୟଂଭୁ ସନ୍ଥ ନାମଦେବ ଦାସ ଯୋଗୀଙ୍କ ସୋମବାର ହୋଇଥିବା କାର ଦୁର୍ଘଟଣା ନୂଆ ମୋଡ ନେଇଛି । ମଧ୍ୟ ପ୍ରଦେଶ ବୁରହାନପୁର ଜିଲ୍ଲା ଇନ୍ଦୋର ଇଚ୍ଛାପୁର ରାଜପଥରେ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା । କାରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାବା କିନ୍ତୁ ସୁରକ୍ଷିତ ଅଛନ୍ତି ।

ଘଟଣାକୁ ନେଇ କମ୍ପ୍ୟୁଟର ବାବା କହିଛନ୍ତି, ‘ଏହା ଏକ ଦୁର୍ଘଟଣା ନଥିଲା ବରଂ ଜାଣିଶୁଣି ମୋତେ ହତ୍ୟା କରିବାକୁ ଷଡଯନ୍ତ୍ର ରଚାଯାଇଥିଲା । ଟ୍ରକଟି ନିର୍ଦ୍ଧିଷ୍ଟ ଭାବେ ଆମ କାରକୁ ଧକ୍କା ଦେଇଥିଲା । ତେଣୁ ଏଥିରେ ଯେଉଁମାନେ ବି ସଂପୃକ୍ତ ଅଛନ୍ତି ସେମାନଙ୍କୁ ଖୋଜି ବାହାର କରାଯାଇ ଗିରଫ କରାଯାଉ ।’

​‌ପୋଲିସ କହିବା ମୁତାବକ, ଦୁର୍ଘଟଣାରେ କମ୍ପ୍ୟୁଟର ବାବା ଏବଂ ତାଙ୍କ କାର ଡ୍ରାଇଭର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି । କିନ୍ତୁ ବାବା ଦାବି କରୁଛନ୍ତି ଯେ ଦୁର୍ଘଟଣାରେ ହିଁ ସେ ଆହତ ହୋଇଛନ୍ତି । ମଧ୍ୟ ପ୍ରଦେଶରେ ଆସନ୍ତା ଅକ୍ଟୋବର ୩୦ ତାରିଖରେ ହେବାକୁ ଥିବା ଗୋଟିଏ ଲୋକସଭା ଏବଂ ୩ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । କମ୍ପ୍ୟୁଟର ବାବା କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି । କଂଗ୍ରେସକୁ ସମର୍ଥନ କରୁଥିବାରୁ ତାଙ୍କ ଉପରେ ଆକ୍ରମଣ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଘଟଣାକୁ ନେଇ ନିମ୍ବୋଲା ଥାନାଧିକାରୀ କୃଷ୍ଣ ପଟେଲ କହିଛନ୍ତି, ‘ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ କମ୍ପ୍ୟୁଟର ବାବଙ୍କ କାର ଧକ୍କା ହୋଇଥିଲା । କିନ୍ତୁ ଏହି ଦୁର୍ଘଟଣାରେ ବାବା ଏବଂ ତାଙ୍କର କାର ଚାଳକ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ଏହା ବ୍ୟତିତ କାରରେ ଥିବା ଆଉ ୨ ଜଣ ବ୍ୟକ୍ତି ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ମାମଲାରେ କାର ଚାଳକ ରବି ନାୟକ ବିରୁଦ୍ଧରେ ଧାରା ୨୭୯ ଏବଂ ୩୩୭ ଆଧାରରେ ମାମଲା ରୁଜୁ କରାଯାଇଛି ।’

   Related Posts