Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମଧ୍ୟପ୍ରଦେଶ: କମ୍ପ୍ୟୁଟର ବାବା ଗିରଫ, ଇନ୍ଦୋର ଆଶ୍ରମ ଉପରେ ଚାଲିଲା ବୁଲଡୋଜର

8/11/2020 at 4:48 PM

ଇନ୍ଦୋର ୮।୧୧: କମ୍ପ୍ୟୁଟର ବାବା ଓରଫ ନାମଦେବ ଦାସ ତ୍ୟାଗୀଙ୍କ ବିରୋଧରେ ଇନ୍ଦୋର ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବାବାଙ୍କ ସମେତ ୪ ସହଯୋଗୀଙ୍କୁ ଅଟକ ରଖି ପ୍ରଶାସନ ତାଙ୍କ ଆଶ୍ରମ ଉପରେ ରବିବାର ବୁଲଡୋଜର ଚଲାଇଦେଇଛି। ବାବା ଇନ୍ଦୋର ଏୟାରପୋର୍ଟ ରୋଡରେ ୪୬ ଏକର ଜମି ଜବରଦଖଲ କରି ଏଥିରୁ ୨ ଏକରରେ ଆଶ୍ରାମ ନିର୍ମାଣ କରି ରହୁଥିଲେ। ଏଥିଲାଗି ପ୍ରଶାସନ ପୂର୍ବରୁ ବାବାଙ୍କୁ ନୋଟିସ ଜାରି କରି ଜବରଦଖଲ ଜମି ବାବଦରେ ପ୍ରମାଣ ଉପସ୍ଥାପନ ଲାଗି ମଧ୍ୟ କହିଥିଲେ। ହେଲେ ବାବା ପ୍ରାଶାସନ ନୋଟିର ଜବାବ ଦେଉନଥିଲେ।

ବାବା ଅବୈଧ ଜମି ଜବରଦଖଲ କରିଥିବା ପ୍ରଶାସନ ସ୍ପଷ୍ଟ ହେବା ପରେ ରବିବାର ଉଚ୍ଛେଦ ଅଭିଯାନ ହାତକୁ ନେଇଛି। ତେବେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ବାବା ଅଥବା ଆଶ୍ରମ ଅନ୍ତେବାସୀଙ୍କ ପକ୍ଷରୁ ବିରୋଧ ଆଶଙ୍କାରେ ପୋଲିସ ବାବା ଓ ତାଙ୍କ  ୪ ସହଯୋଗୀଙ୍କୁ ପୂର୍ବରୁ ଗିରଫ କରି ସତର୍କତାମୂଳକ ଅଟକ ରଖିଥିବା ଜଣାପଡିଛି।

ରାଜନୀତିରେ ବି ରହିଛି ବାବାଙ୍କ ଋଚି
କମ୍ପ୍ୟୁଟର ବାବା ଭାବେ ମଧ୍ୟପ୍ରଦେଶରେ ଜଣାଶୁଣା ନାମଦେଭ ଦାସ ତ୍ୟାଗୀ ରାଜନୀତିରେ ମଧ୍ୟ ବେଶ ଋଚି ରଖନ୍ତି। ନିକଟରେ ସେ ଶିବରାଜ ସିଂହ ସରକାରଙ୍କ ବିରୋଧରେ ‘ଲୋକତନ୍ତ୍ର’ ବଞ୍ଚାଅ ଯାତ୍ରା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଗତ ଲୋକସଭା ନିର୍ବାଚନରେ ବାବା ସଧ୍ୱୀ ପ୍ରଜ୍ଞା ସିଂହଙ୍କୁ ମଧ୍ୟ ବିରୋଧ କରିଥିଲେ। ଏହା ଛଡା ସେ ଦିଗବିଜୟ ସିଂହଙ୍କ ଲାଗି ଯଜ୍ଞ ମଧ୍ୟ କରିଥିବାର ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା।

ବାବାଙ୍କୁ ୨୦୧୮ରେ ରାଜନୀତିକୁ ଆଣିଥିଲେ ଶିବରାଜ
ନାମଦେବ ଦାସ ତ୍ୟାଗୀ ପୂର୍ବରୁ ଯଦିଓ ରାଜ୍ୟ ରାଜନୀତିରେ ଋଚି ରଖୁଥିଲେ ହେଲେ ସକ୍ରିୟ ରାଜନୀତି କରୁନଥିଲେ। ଗତ ୨୦୧୮ ମସିହାରେ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଥିଲେ। ନର୍ମଦା ବନିକରଣ ଅନିୟମିତତା ମାମଲାର ତଦନ୍ତ ଲାଗି ଶିବରାଜ ଗଠନ କରିଥିବା କମିଟିରେ ବାବାଙ୍କୁ ସାମିଲ କରି ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିଲେ। ଏଥିରୁ ବାବା ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବା ସହ କଂଗ୍ରେସକୁ ସମର୍ଥନ କରୁଥିଲେ।

ଦିଗବିଜୟ କହିଲେ ଉଦ୍ଦେଶ୍ୟ ପ୍ରଣୋଦିତ
ପ୍ରଶାସନର କମ୍ପ୍ୟୁଟର ବାବାଙ୍କ ଆଶ୍ରମ ଉଚ୍ଛେଦ ପ୍ରକ୍ରିୟାକୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି କହିଛନ୍ତି। ଏତେ ବର୍ଷରୁ ଶିବରାଜ ସିଂହ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଛନ୍ତି ବାବା ସରକାରୀ ଜମି ଜବରଦଖଲ କରି ଆଶ୍ରମ କରିଥିଲେ ବୋଲି ଅଜ୍ଞଥିଲେ କି ବୋଲି ଦିଗବିଜୟ ପ୍ରଶ୍ନ କରିଛନ୍ତି। ଏଣୁ ସରକାର ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଆଶ୍ରମକୁ ଭାଙ୍ଗିଦେଇଥିବା ଦିଗବିଜୟ ଅଭିଯୋଗ କରିଛନ୍ତି।   

   Related Posts