ଭୁବନେଶ୍ବର୧୪/୧: ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ହେବ ପରୀକ୍ଷା| ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପାଇଁ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ। ଫେବୃଆରୀ ୧୫ରୁ ୨୯ ଯାଏଁ ପ୍ରଥମ ସୁଯୋଗ ପରୀକ୍ଷା। ୩୩ ପ୍ରତିଶତରୁ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କର ରିମିଡିଆଲ କ୍ଲାସ୍ କରାଯିବ| ଏବଂ ଦ୍ବିତୀୟ ସୁଯୋଗ ଭାବେ ମେ ଶେଷ ସପ୍ତାହରେ କରାଯିବ ପରୀକ୍ଷା| ଦ୍ବିତୀୟ ବର୍ଷ ଢ଼ାଞ୍ଚାରେ ପ୍ରଥମ ବର୍ଷ ପରୀକ୍ଷା ହେବ| କଲେଜ ଗୁଡିକ ପ୍ରଥମ ବର୍ଷ ପରୀକ୍ଷା ରେଜଲଟ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବେ ବୋଲି ଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ଦଳରୁ ମିଳିଲାନି ଟିକେଟ୍, ଜୟଦେବ ଆସନରୁ ସ୍ଵାଧୀନ ଭାବେ...