Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କୁକୁର ପୋଷିବାକୁ ଇଚ୍ଛୁକ ଯଦି ନେବାକୁ ହେବ ଲାଇସେନ୍ସ, ନଚେତ ଦେବାକୁ ପଡିବ ଜରିମାନା

24/10/2020 at 3:40 PM

ଡେରାଡୁନ ୨୪/୧୦ : ଯଦି ଆପଣଙ୍କ ଘରେ ପୋଷା କୁକୁର ଅଛି କିମ୍ବା ଆପଣ କୁକୁର ପୋଷିବାକୁ ସଉକିନ ତାହେଲେ ଏହି ଖବର ଆପଣଙ୍କ ପାଇଁ। କୁକୁର ପୋଷିବାକୁ ବର୍ତ୍ତମାନ ଲାଇସେନ୍ସ ନେବା ଜରୁରୀ। ବିନା ଲାଇସେନ୍ସରେ କୁକୁର ପୋଷିଲେ ଜରିମାନା ଦେବାକୁ ପଡିବ। ଡେରାଡୁନ ନଗର ନିଗମ ନଭେମ୍ବର ପ୍ରଥମ ସପ୍ତାହରୁ ପ୍ରତି ଘରକୁ ଯାଇ ପୋଷା କୁକୁରଙ୍କ ସର୍ଭେ କରିବ। ଡେରାଡୁନରେ ପୋଷା କୁକୁରଙ୍କ ସଂଖ୍ୟା ହଜାରେରୁ ଅଧିକ କିନ୍ତୁ ଲାଇସେନ୍ସ ବହୁତ କମ ଅଛି।

ଡେରାଡୁନ ନଗର ନିଗମ ଚିକିତ୍ସା ବିଭାଗ ପ୍ରତି ଘରକୁ ଯାଇ ପୋଷା କୁକୁରଙ୍କ ସର୍ଭେ କରିବ। ଲାଇସେନ୍ସ ନଥିଲେ ଦିନକୁ ୫୦ ଟଙ୍କା ହିସାବରେ ଜରିମାନା ଅସୁଲ କରାଯିବ। କୁକୁର ପୋଷିବାକୁ ହେଲେ ଆପଣଙ୍କୁ ୨୦୦ ଟଙ୍କା ଫି’ ଦେବାକୁ ହେବ। ପଞ୍ଜିକରଣ ପରେ ମାଲିକଙ୍କ ନାଁରେ ଟୋକନ ଦିଆଯିବ। ଯଦି ଆପଣଙ୍କ ପୋଷା କୁକୁର କାହାକୁ କାମୁଡିଦିଏ କିମ୍ବା କୌଣସି କ୍ଷତି କରେ ତାହେଲେ ତାର ଭରଣା ମାଲିକଙ୍କୁ କରିବାକୁ ପଡିବ। କୁକୁରକୁ ରେବିଜ ଲକ୍ଷଣ ସମ୍ବନ୍ଧରେ ମଧ୍ୟ ମାଲିକଙ୍କୁ ନଗର ନିଗମକୁ ସୂଚନା ଦେବାକୁ ହେବ। 

ଡେରାଡୁନ ମେୟର ସୁନୀଲ ଉନିଆଲ ଗାମା କହିଛନ୍ତି ଯେ ନଗର ନିଗମ ଦ୍ୱାରା ଏହିଭଳି ବ୍ୟବସ୍ଥା ହୋଇଥାଏ କିନ୍ତୁ ଏଥର କଡାକଡି ଭାବେ କୁକୁରଙ୍କ ପଞ୍ଜିକରଣ କରାଯିବ। ପଞ୍ଜିକରଣ ହୋଇନଥିବା ପୋଷା କୁକୁର ଯଦି କାହାକୁ କାମୁଡିଦିଏ କିମ୍ବା କ୍ଷତି କରେ ତାହେଲେ ମାଲିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

   Related Posts