Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ହେଲମେଟ୍ ପିନ୍ଧି ଲକ୍ଷେ କି.ମି.ର ଯାତ୍ରା, ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ମନୋଜ

29/02/2020 at 3:24 PM

କଟକ ୨୯।୨: ଲୋକଙ୍କ ଭିତରେ ହେଲମେଟ ପିନ୍ଧିବା ଅଭ୍ୟାସ ବଢାଇବା ପାଇଁ ପୋଲିସକୁ ଅନେକ କସରତ କରିବାକୁ ପଡୁଛି । ମାତ୍ର କଟକରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ହେଲମେଟ ବ୍ୟବହାରକୁ ନେଇ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଜୀବନରେ କେବେବି ବିନା ହେଲମେଟରେ ଗାଡି ଚଲାଇନଥିବା ଏହି ବ୍ୟକ୍ତି ହେଲମେଟ ପିନ୍ଧି ଲକ୍ଷେ କିଲୋମିଟର ଯାତ୍ରା କଲେଣି । ଗୋଟିଏ ଦୁର୍ଘଟଣାରୁ ଏହି ବ୍ୟକ୍ତି ଜଣଙ୍କ ହେଲମେଟ ବ୍ୟବହାରର ଶିକ୍ଷା ପାଇଥିଲେ।

ଲୋକଙ୍କୁ ହେଲମେଟ ପିନ୍ଧାଇବା ପାଇଁ ନାକେଦମ୍ ହେଲାଣି ପୋଲିସ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ହଲମେଟ ବ୍ୟବହାର କରି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି କଟକର ମନୋଜ କୁମାର ରାଉତ। ଗୋଟିଏ ଦୁର୍ଘଟଣା ମନୋଜଙ୍କ ଭିତରେ ହେଲମେଟ ପିନ୍ଧିବା ପ୍ରତି ଥିବା ଧାରଣାକୁ ବଦଳାଇ ଦେଇଥିଲା ।

ଗାଡି ଚଳାଇବା ଦିନଠାରୁ ମନୋଜ କେବେବି ବିନା ହେଲମେଟରେ ବାଇକ ଚଳାଇ ନାହାନ୍ତି । ମନୋଜଙ୍କ ଉଦାହରଣ ଅନେକଙ୍କୁ ହେଲମେଟ ପିନ୍ଧିବା ପାଇଁ ପ୍ରେରଣା ଦେଇଛି।

ଆସନ୍ତାକାଲିଠାରୁ ପୁଣି ହେଲମେଟ ଯାଞ୍ଚ କଡାକଡି ହେଉଛି । ତେଣୁ ଆଶା କରାଯାଉଛି ଲୋକେ ମନୋଜଙ୍କ ଉଦାହରଣ ଅନୁସରଣ କରିବେ।

   Related Posts