Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଜୁନ ୩୦ ପୂର୍ବରୁ କରିନିଅନ୍ତୁ ଏସବୁ ବାକିଆ କାମ, ନହଲେ ଆଗକୁ ହୋଇପାରେ ସମସ୍ୟା, ନେଣଦେଣରେ ଘାଟା

7/06/2020 at 6:48 PM

ନୂଆଦିଲ୍ଲୀ, ୦୭|୦୬:  କରୋନା ଭାଇରସର ପ୍ରକୋପରୁ ରୋକିବା ପାଇଁ ଦେଶରେ ୨ ମାସରୁ ଅଧିକ ସମୟ ଧରି ଲକଡାଉନ୍ ଜାରି ହୋଇଥିଲା । ଏହାଫଳରେ ବିଭିନ୍ନ ସରକାରୀ କାର୍ଯ୍ୟରେ ମଧ୍ୟ ବାଧା ଉପୁଜିଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ବିଭିନ୍ନ ସରାକରୀ କାର୍ଯ୍ୟର ସମୟସୀମାକୁ ମାର୍ଚ୍ଚ ୩୧ ବଦଳରେ ଜୁନ ୩୦ ଯାଏଁ ବୃଦ୍ଧି କରିଥିଲେ । ଏବେ ଲକଡାଉନ୍ ସରିଯାଇଛି । ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟ ସୀମା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିଦେବା ଉଚିତ । ନହେଲେ ଆପଣ ଅସୁବିଧାର ସାମ୍ନା କରିପାରନ୍ତି । ଆସନ୍ତୁ ନଜର ପକାଇବା କେଉଁ ସରକାରୀ କାର୍ଯ୍ୟକୁ ଏହି ସମୟ ମଧ୍ୟରେ ସାରିଦେବା ଉଚିତ ।

ଜୁନ ୩୦ ମଧ୍ୟରେ ପାନ୍ ଓ ଆଧାରକୁ ଯୋଡିବା ଆବଶ୍ୟକ

ସରକାର ପାନ୍ ଓ ଆଧାର କାର୍ଡକୁ ଯୋଡିବା ପାଇଁ ସମୟ ସୀମାକୁ ମାର୍ଚ୍ଚ ୩୧ରୁ ଜୁନ ୩୦ ଯାଏଁ ବୃଦ୍ଧି କରିଛନ୍ତି । ଜୁନ ୩୦ ପରେ ଆପଣ ଉଭୟ କାର୍ଡକୁ ନଯୋଡିଲେ ଏହା ଅବୈଦ୍ଧ ହୋଇଯିବ । ଏପରିକି ଆପଣ କୌଣସି ଫାଇନାନସିଆଲ୍ ଟ୍ରାଞ୍ଜାକସନ୍ କରିପାରିବେ ନାହିଁ ।

ଗତ ଆର୍ଥିକ ବର୍ଷର ଆଇଟିଆର

ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆୟକର ଫାଇଲ କରିବାର ସମୟସୀମାକୁ ମଧ୍ୟ ଜୁନ ୩୦ ଯାଏଁ ବଢାଇ ଦିଆଯାଇଛି । ଏହାକୁ ଆପଣ ଜୁନ୍ ୩୦ ମଧ୍ୟରେ ଦାଖଲ କରିପାରିବେ ।

ଫର୍ମ ୧୬ ଭରିବା

କର୍ମଚାରୀଙ୍କୁ ସେମାନଙ୍କ କମ୍ପାନୀର ଫର୍ମ ୧୬ ସାଧାରଣତଃ ମେ ମାସରେ ମିଳିଯାଏ । କିନ୍ତୁ କରୋନା ପାଇଁ ଏହି ଫର୍ମକୁ ଜୁନ ୧୫ରୁ ୩୦ ମଧ୍ୟରେ ଜାରି କରାଯିବ । ଏହା ଏକ ପ୍ରକାରର ଟିଡିଏସ ସାର୍ଟିଫିକେଟ୍ । ଏହାକୁ ଇନକମ୍ ଟିକସ୍ ଦାଖଲ କରିବା ପାଇଁ ଆବଶ୍ୟକ ପଡିଥାଏ ।

ଟିକସ୍ ବଞ୍ଚାଇବା ପାଇଁ ଏହି ମାସରେ କରନ୍ତୁ ନିବେଶ

ଯଦି ଆପଣ ଟିକସ୍ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଜୁନ ୩୦ ଯାଏଁ ସୁଯୋଗ ରହିଛି । ଜୁନ ୩୦ ସୁଦ୍ଧା ୮୦ ସି ଓ ୮୦ ଡି ଆଧାରରେ ଟିକସରେ ରିହାତି ମିଳିବ ।

ପିପିଏଫ ଜାରି ରଖିବା ପାଇଁ ତୁରନ୍ତୁ ଭରନ୍ତୁ ଫର୍ମ

ଯଦି ଆପଣ ମାର୍ଚ୍ଚ ୩୧ରେ ମ୍ୟାଚୋର୍ ହୋଇସାରିଛନ୍ତି ଓ ପିପିଏଫ ଆକାଉଣ୍ଟକୁ ଜାରି ରଖିବା ପାଇଁ ଚାହାଁନ୍ତି ତେବେ ଆପଣଙ୍କୁ ଜୁନ ୩୦ ଯାଏଁ ସୁଯୋଗ ମିଳିବ । ଡାକ ବିଭାଗ ଏହାକୁ ନେଇ ଏପ୍ରିଲ ୧୧ରେ ଏକ ସର୍କୁଲାର ଜାରି କରିଥିଲା । ଫଳରେ ପିପିଏଫକୁ ଜାରି ରଖିବା ପାଇଁ ସମୟ ସୀମା ଜୁନ ୩୦ କରାଯାଇଥିଲା ।

ସିନିୟର ସିଟିଜେନ୍ ସ୍କିମରେ ନିବେଶ

ସରକାର ଫେବ୍ରୁଆରୀ ଓ ଏପ୍ରିଲ ମଧ୍ୟରେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପାଇଁ ସିନିଅର ସିଟିଜେନ୍ ସ୍କିମ୍ ଆକାଉଣ୍ଟରେ ନିବେଶ କରିବାର ସମୟ ସୀମା ବୃଦ୍ଧି କରିଛନ୍ତି । ଏହାକୁ ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି । ନିୟମାନୁସାରେ, ୫୫ରୁ ୬୦ ବର୍ଷ ବୟସର ସରକାରୀ କର୍ମଚାରୀ ଏହି ସ୍କିମରେ ନିବେଶ କରିପାରିବେ ।

   Related Posts