ସଂକ୍ରମଣ ଅଣାୟତ, ଦିନକରେ ୨୨ ହଜାର ନୂଆ ମାମଲା : ରାଜ୍ୟରେ ଜୁଲାଇ ୩୧ ଓ ଅଗଷ୍ଟ ୧ରେ ସମ୍ପୂର୍ଣ୍ଣ ଲକଡାଇନ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବିଜୟନ୍

Published By : Prameya-News7 Bureau | July 29, 2021 IST

ତିରୁବନନ୍ତପୁରମ୍ ୨୯/୦୭ : ସାରାଦେଶରେ କରୋନା ସଂକ୍ରମଣ ହାର କମୁଥିବା ବେଳେ କେରଳରେ ଚିନ୍ତା ବଢାଇଲାଣି କୋଭିଡ । କେରଳରେ ଲଗାତାର ଭାବେ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ୨ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଜୁଲାଇ ୩୧ ଏବଂ ଅଗଷ୍ଟ ୧ ତାରିଖରେ ବନ୍ଦ ରହିବ କେରଳ ।

ସୂଚନାଯୋଗ୍ୟ ଯେ, କେରଳରେ ବୁଧବାର ଗୋଟିଏ ଦିନରେ ୨୨,୦୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୪ ଘଣ୍ଟା ମଧ୍ୟରେ ୧୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ ୧ ଲକ୍ଷ ୪୯ ହଜାର ୫୩୪ ଆକ୍ଟିଭ୍ କେସ୍ ରହିଛି । ବର୍ତ୍ତମାନ ୩୧ ଲକ୍ଷ ୬୦ ହଜାର ୮୦୪ ଜଣ କୋଭିଡ୍‌କୁ ମାତ୍ ଦେଇଥିବା ବେଳେ ମୋଟ ୧୬,୪୫୭ ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ଚିନ୍ତାର ବିଷୟ ହେଉଛି କେରଳରେ ନୂଆ ସଂକ୍ରମିତଙ୍କ ଗ୍ରାଫ ଲଗାତାର ଭାବେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ କେରଳ ଗସ୍ତ କରିବେ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ବିଟ୍ କରି କହିଛନ୍ତି, କେନ୍ଦ୍ର ସରକାର NCDC ନିର୍ଦେଶକଙ୍କ ନିରୀକ୍ଷଣରେ ୬ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ଟିମକୁ କେରଳ ପଠାଇବାକୁ ନିଷ୍ପତ୍ତି ନେଇଛି । କେରଳରେ ବର୍ତ୍ତମାନ ମଧ୍ୟ କୋଭିଡ ସଂକ୍ରମଣ ହାର ବୃଦ୍ଧି ପାଉଥିବା କାରଣରୁ ସ୍ବତନ୍ତ୍ର କେନ୍ଦ୍ରୀୟ ଟିମ ଏହାକୁ ଆୟତକୁ ଆଣିବାକୁ ପ୍ରୟାସ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.