ବେକାବୁ କରୋନା : ଏହି ସହରରେ ମାର୍ଚ୍ଚ ୨୧ ଯାଏଁ ଲକ୍‌ଡାଉନ୍, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

Published By : Prameya-News7 Bureau | March 11, 2021 IST

ମୁମ୍ବାଇ ୧୧।୦୩: ମହାରାଷ୍ଟ୍ର ଅଣାୟତ୍ତ କରୋନା । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ମହାରାଷ୍ଟ୍ର ସରକାର । ଖାସ୍‌ କରି ସହରୀ କ୍ଷେତ୍ରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ କିଛି ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଔରଙ୍ଗାବାଦ ସହରରେ ଲକ୍‌ଡାଉନ୍‌ ଲାଗୁ କରାଯାଇଥିବା ବେଳେ ନାଗପୁର ସହରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ନାଗପୁରର ସହରୀ ଅଞ୍ଚଳରେ ୧୫ମାର୍ଚ୍ଚରୁ ସଂପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।  ଗୁରୁବାର ଦିନ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ, ୧୫ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ତେବେ ଏହି ଲକ୍‌ଡାଉନ୍‌ ଅବଧି ସମୟରେ କେବଳ ଆବଶ୍ୟକ ସେବା ଯୋଗାଇଦିଆଯିବ ।

ଏହାପୂର୍ବରୁ ଗତମାସରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, କୋଚିଂ ସଂସ୍ଥା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବରୁ ବଜାର ଖୋଲିବାକୁ ଅନୁମତି ଥିଲେ ମଧ୍ୟ ଏବେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ରାଜ୍ୟରେ ପୂର୍ବରୁ ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି ।

ମହାରାଷ୍ଟ୍ରରେ କରୋନା ଭାଇରସର ସଂକ୍ରମଣ ବଡିବାରେ ଲାଗିଛି । ବୁଧବାର ହିଁ ୧୩୬୫୯ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହାସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୨୫୨୦୫୭ରେ ପହଁଚିଛି । ଆହୁରି ମଧ୍ୟ ଗୋଟିଏ ଦିନରେ ୫୪ଜଣ ଆକ୍ରାନ୍ତ ଜୀବନ ହାରିଛନ୍ତି ।

ରାଜ୍ୟରେ ଶେଷଥର ପାଇଁ ଅକ୍ଟୋବର ୮ରେ ଦୈନିକ ସଂକ୍ରମଣ ୧୩୩୯୫ ଥିଲା । ଏହାପରେ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଥିଲା । ବୁଧବାର ୯୯୧୩ ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୯୨୦୭ରେ ପହଁଚିଛି ।

wp:embed {"url":"http://www.prameyanews7.com/lockdown-in-maharastra-ourangabad/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/lockdown-in-maharastra-ourangabad/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.