ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ : ପ୍ରବାସୀଙ୍କୁ କେବଳ ଦିଆଯାଇଛି ବେଡ୍, ମିଳୁନି ଖାଦ୍ୟ

Published By : Prameya-News7 Bureau | May 31, 2020 IST

ଚାନ୍ଦବାଲି ୩୧।୫: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ପକ୍ଷରୁ ପାହାଡପୁର ବିଦ୍ୟାଳୟରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ କରାଯାଇଛି ସଂଗରୋଧ କେନ୍ଦ୍ର । ଏହି କେନ୍ଦ୍ରରେ ରହିଛନ୍ତି ୮ ଜଣ ପ୍ରବାସୀ । ଏହି କେନ୍ଦ୍ରରେ ପ୍ରବାସୀମାନଙ୍କ ପାଇଁ ଏନଏସି ପକ୍ଷରୁ ଖାଇବା ପାଇଁ ଦିଆଯାଉନାହଁ ଖାଦ୍ୟ । ପ୍ରବାସୀମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ କେବଳ ବେଡ୍ ବ୍ୟତୀତ ଅନ୍ୟ କିଛି ଦିଆଯାଇନାହିଁ ।

{"id":278869,"sizeSlug":"large"}

ଅନ୍ୟପକ୍ଷରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉନାହିଁ । ରହିବା ଘରେ ବିଜୁଳି ବ୍ୟବସ୍ଥା ମଧ୍ୟ କରାଯାଇନାହିଁ । ରାତି ସମୟରେ ବିଜୁଳି କଟିଗଲେ ଅନ୍ଧାରରେ ରହିବାକୁ ପଡୁଥିବାରୁ ପ୍ରବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.