Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ବନ୍ଧନ ବ୍ୟାଙ୍କ ସମେତ ୮ଟି ବେସରକାରୀ ବ୍ୟାଙ୍କର ଜୁଲମ୍‌: ଉପ-ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ

10/06/2020 at 5:32 PM

ନୀଳଗିରି୧୦/୬: ଏବେ କରୋନା ଲକଡାଉନ୍ ଯୋଗୁଁ କାମ ଧନ୍ଦା ସବୁ ବନ୍ଦ। ଏହି କରୋନା ଯୋଗୁଁ ଗରିବ ଏବଂ ଦିନ ମଜୁରିଆମାନଙ୍କ ପରିବାର ଦୁଃଖରେ ଦିନ କାଟୁଛନ୍ତି। ବ୍ୟବସାୟୀ ମାନେ ମଧ୍ୟ ନାହିଁ ନଥିବା ହଇରାଣ ହୋଇଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସରକାର ୬ ମାସ ପର୍ଯ୍ୟନ୍ତ ବ୍ୟାଙ୍କର ଲୋନ କିସ୍ତି ଦେବାରେ କୋହଳ କରିଥିବା ବେଳେ ବ୍ୟାଙ୍କ ତରଫରୁ ବିଭିନ୍ନ ସୁବିଧା ସୁଯୋଗ ଦେଉଛନ୍ତି। ତେବେ ନୀଳଗିରି ବ୍ଲକ ,ଔପଦା ବ୍ଲକ, ନୀଳଗିରି ଏନଏସି, ରେମୁଣା ବ୍ଲକର ବିଭିନ୍ନ ଗ୍ରାମରେ ଗତମାସ ଠାରୁ  ବନ୍ଧନ ବ୍ୟାଙ୍କ ସମେତ ୮ଟି ବେସରକାରୀ ବ୍ୟାଙ୍କ ମହିଳା ମାନଙ୍କୁ ଦେଇଥିବା ଲୋନ୍‌ର କିସ୍ତି ଆଦାୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଏହାକୁ ପ୍ରତିବାଦ କରି ଆଜି କିଛି ମହିଳା ମାନେ ଉପଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଅଧିନ ୩୬ଟି ପଂଚାୟତ ଶହ ଶହ ଗାଁ ସମେତ ନୀଳଗିରି ଏନଏସି , ପଡୋଶୀ ବ୍ଲକ ରେମୁଣାରେ ଗ୍ରାମାଞ୍ଚଳରେ ମହିଳାମାନେ ବେସରକାରୀ ବ୍ୟାଙ୍କ ମାଧ୍ୟମରେ ଲୋନ ନେଇଛନ୍ତି। କିଏ ୩୦ ହଜାର ନେଇଛି ତ ଆଉ କିଏ ୫୦ ହଜାର ଟଙ୍କା ନେଇଛନ୍ତି। ଏହି ଟଙ୍କାକୁ ସପ୍ତାହକୁ ଥରେ କିସ୍ତି ଆକାରରେ ସୁଧ ମିଶାଇ ଫେରାଇଥାନ୍ତି। ଋଣ ପରିଶୋଧ ହେବା ବେଳକୁ କାହାର ୨୦ ପ୍ରତିଶତ ହୋଇଥାଏ ତ ଆଉ କାହାର ୨୫ ପ୍ରତିଶତ ସୁଧ ଲାଗିଥିବାର ଅଭିଯୋଗ ହୋଇଛି। ଏବେ କରୋନା କଟକଣା ପାଇଁ କାମ ଧନ୍ଦା ନପାଇ ଲୋକମାନେ ଘରେ ବେକାର ବସିଥିବା ବେଳେ ଏହି ବେସରକାରୀ ବ୍ୟାଙ୍କର ଏଜେଣ୍ଟ ମାନେ ବିଭିନ୍ନ ଗାଁରେ ଜୋର କରି କିସ୍ତି ଆଦାୟ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। କିଛି ଦିନ ପୂର୍ବରୁ ବନ୍ଧନ ବ୍ୟାଙ୍କର ଏଜେଣ୍ଟ ମାନେ କାଂଶ, ନରସିଂହପୁର ,ପୁନଦାଳ ଗାଁରେ ଜୋର କରି ଟଙ୍କା ଆଦାୟ ନେଇ ଅଭିଯୋଗ ଉଠିଥିଲା।

ପୁଣି ବେଗୁନିଆ ପଂଚାୟତର ଡୁମଗଣ୍ଡିରା,ଦୋବାଟି,ହରିପୁର,ପୋରଖୀ ଅଂଚଳରେ ଶତାଧିକ ମହିଳା ବନ୍ଧନ ବ୍ୟାଙ୍କ,ଗ୍ରାମଶକ୍ତି,ଏସକେଏସ,ଅସ୍ମିତା,ସାର୍ଟିନ,ସ୍ପନ୍ଦନ,ପିପୁଲସ, ଏଚଡିଏଫସି ଭଳି ଘରୋଇ ବ୍ୟାଙ୍କ ର ଏଜେଣ୍ଟମାନେ ଋଣ କିସ୍ତି ଜୋର କରି ଆଦାୟ କରୁଥିବା ଅଭିଯୋଗ ଉଠିଛି।ଖାଲି ସେତି କି ନୁହଁ ଏବେ କରୋନା ପ୍ରଭାବରେ ଟଙ୍କା ପରିଶୋଧ କରିବା ଅସମ୍ଭବ କହିବା ସହ ସରକାର କୋହଳ ଆଇନ କଥା କହିବା ବେଳକୁ ତାଙ୍କୁ ଦୁର୍ବ୍ୟବହାର ସହ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଉଠିଛି। ଆଜି ଏହି ସବୁ ଗ୍ରାମର ହିତାଧିକାରୀ ଘରୋଇ ବ୍ୟାଙ୍କର ଜୁଲମ ପ୍ରତିବାଦ ରେ ସମସ୍ୟାର ସମାଧାନ ନେଇ ନୀଳଗିରି ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ଯଦି ତାଙ୍କୁ ନ୍ୟାୟ ନମିଳେ ତାହାଲେ ମାନସିକ ନିର୍ଯ୍ୟାତନାରୁ ମୁକ୍ତିପାଇବା ପାଇଁ ଆତ୍ମହତ୍ୟା ଶେଷ ରାସ୍ତା ବୋଲି ଚେତାବନୀ ଦେଇଛନ୍ତି। ସେପଟେ ନୀଳଗିରି ତହସିଲଦାର ହରିଶଚନ୍ଦ୍ର ଜେନା ଘଟଣାକୁ ଗୁରୁତ୍ବ ଦେଇ ତଦନ୍ତ କରିବା ସହ ଜିଲ୍ଳାପାଳଙ୍କ ଦୃଷ୍ଟିଆକର୍ଷଣ କରିବେ ବୋଲି କହିଛନ୍ତି।

   Related Posts