ନିଜ ପୁତ୍ରବଧୂଙ୍କୁ ୭୨ ବର୍ଷ ବୟସର ଶ୍ବଶୁର ବାରମ୍ବାର କରୁଥିଲା ଦୁଷ୍କର୍ମ ଉଦ୍ୟମ, ଭିଡିଓ ରେକର୍ଡିଂ ସହ ଥାନାରେ ଦାଖଲ ହେଲା ମାମଲା, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | August 12, 2019 IST

ପିପିଲି୧୨|୮: ପୁରୀ ଜିଲ୍ଲା ସାତଶଂଖ ଅଞ୍ଚଳର ଜନୈକା ବିବାହିତା ମହିଳା ତାଙ୍କ ଶଶୁରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।  ଶଶୁର ତାଙ୍କୁ ଦୁଷ୍କର୍ମ କରିବାକୁ ବାରମ୍ଵାର ଉଦ୍ୟମ କରୁଛନ୍ତି ବୋଲି ଲିଖିତ ଭାବରେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଦୁଷ୍କର୍ମ ଉଦ୍ୟମର ଏକ ଭିଡିଓ କ୍ଲିପ ମଧ୍ୟ ଦାଖଲ କରିଛନ୍ତି ।

{"id":143583}

ଏହି ଘଟଣା ସଂପର୍କରେ ମହିଳା ନିଜ ସ୍ବାମୀ ଓ ପରିବାର ଲୋକଙ୍କୁ ଜଣାଇଲେ ମଧ୍ୟ ତାଙ୍କ କଥାକୁ କେହି ବିଶ୍ଵାସ କରୁନଥିବା ବେଳେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ।  ତାଙ୍କୁ ଯୈାତୁକ ଆଣିବା ଲାଗି ମଧ୍ୟ ଚାପ କରାଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ ୧୨ ବର୍ଷର ଏକ ପୁତ୍ର ସନ୍ତାନ ରହିଛି ।

{"id":143589}

ବାରମ୍ଵାର ଶଶୁରଙ୍କ ଦ୍ଵାରା ଏଭଳି ଅ।ଚରଣର ଶିକାର ହୋଇଥିବା ମହିଳା ଜଣକ ଶଶୁର ତାଙ୍କ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ସମୟର ଏକ ଭିଡିଓ କ୍ଲିପିଂ ପ୍ରମାଣ ସୂରୁପ ପିପିଲି ଥାନା ଅଧିକାରୀଙ୍କୁ ଦେଇଛନ୍ତି ।  ସେପଟେ ଅଭିଯୋକୁ ଭିତ୍ତି କରି ପିପିଲି ପୋଲିସ ମାମଲା ରୁଜୁ କରିଛି ।  ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପିପିଲି ଆଇଆଇସି।

{"id":143590}

ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରେ ମହିଳାଙ୍କ ବିବାହ ହୋଇଥିଲା । ତେବେ ଗତ ୮ ବର୍ଷ ହେଲା ସ୍ବାମୀଙ୍କ ସହ ତାଙ୍କର ଭଲ ସମ୍ପର୍କ ନାହିଁ । ସ୍ବାମୀ ସେ ଚାକିରୀ କରୁଥିବା ସ୍ଥାନରେ ରହୁଥିବାବେଳେ ସେ ଶ୍ବଶୁରଘରେ ରହୁଥିଲେ । ଏହାର ସୁଯୋଗ ନେଇ ଶ୍ବଶୁର ପ୍ରଥମେ ତାଙ୍କୁ କିଛି ଦିନ ଅଶ୍ଳୀଳ ଇଂଗୀତ ପ୍ରଦର୍ଶନ କରିଥିଲେ । ଏହାପରେ ସେ ଗାଧୋଇବାକୁ ଯାଇଥିବାବେଳେ ସ୍କାଏ ଲାଇଟ ପାଙ୍କରୁ ତାଙ୍କୁ ତାଖୁଥିଲେ । ରାତିରେ ଶୋଇଥିବାବେଳେ ତାଙ୍କ ଉପରକୁ ଟର୍ଚ୍ଚ ପକାଇ ଦେଖୁଥିଲେ । ମହିଳା ଏହାର ପ୍ରତିବାଦ କଲେ ମଧ୍ୟ କୌଣସି ପ୍ରଭାବ ପଡୁନଥିଲା ବୋଲି ଅଭିଯୋଗ କରିଛନ୍ତି ।

{"id":143591}

ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ କହିଲେ ମଧ୍ୟ କେହି ବିଶ୍ବାସ କରୁନଥିଲେ । ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧ ଏମିତି କାମ କରୁଥିବା ଏହାକୁ କେହି ବିଶ୍ବାସ କରୁନଥିଲେ । ବରଂ ମିଛ ଅଭିଯୋଗ କରୁଛି କହି ଅଧିକ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ।  

{"id":143592}

ସେ ଏମିତି କରୁଥିବା କେହି ବିଶ୍ବାସ କରୁନଥିବାରୁ ସ୍ବଶୁରଙ୍କ ସାହସ ଆହୁରି ବଢିଥିଲା । ସେ କିଛି ଦିନତଳେ ତାଙ୍କୁ ଭିଡି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ମହିଳା କୌଣସି ମତେ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ପୁଣି ଗତ ୮ ତାରିଖରେ ସମାନ ଭାବେ ଶ୍ବଶୁର ତାଙ୍କ ପ୍ରକୋଷ୍ଠକୁ ଆସି ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିଲେ । ମହିଳା ଏଥର କିନ୍ତୁ ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରିଥିଲେ ।

{"id":143593}

ଏହି ଭିଡିଓ କ୍ଲିପିଂ ସେ ପୋଲିସ ଥାନାରେ ଦାଖଲ କରିବାପୂର୍ବରୁ ଏକ ଥାନାରେ ପୋଲିସ ଅଧିକାରୀ ଥିବା ନିଜ ଦିଅରଙ୍କୁ ମଧ୍ୟ ଦେଖାଇଥିଲେ । ତେବେ ଏକଥା କାହାକୁ ନକହିବା ପାଇଁ ତାଙ୍କୁ ଦିଅର ତାଗିଦ କରିଥିଲେ । କଥା ପ୍ରଘଟ କଲେ ଜୀବନ ପ୍ରତି ବିପଦ ଥିବା ମଧ୍ୟ ଧମକ ଦେଇଥିଲେ । ଏହାପରେ ଅନନ୍ୟୋପାୟ ହୋଇ ସେ ପୋଲିସର ଆଶ୍ରୟ ନେବା ସହ ଦୋଷୀମାନହ୍କୁ ଦଣ୍ଡ ଦେବା ଲାଗି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.