Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଫିଲ୍ମ ପୋଷ୍ଟରକୁ ନେଇ ପପୁ ପମ୍‌ପମ୍‌ଙ୍କ ବିରୋଧରେ ମହିଳା ଥାନାରେ ଏତଲା

17/08/2019 at 4:19 PM

ଭୁବନେଶ୍ବର ୧୭|୮: ଓଲିଉଡ୍ ଅଭିନେତା ପପୁ ପମପମଙ୍କ ନାଁରେ ଏତଲା । ପପୁଙ୍କ ଅଭିନୀତ ଅପକମିଂ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ବିରୋଧ କରି ଏତଲା ଦିଆଯାଇଛି । ଭୁବନେଶ୍ବର ମହିଳା ଥାନାରେ ପପୁଙ୍କ ବିରୋଧରେ ଏତଲା ଦେଇଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି । ପୋଷ୍ଟରକୁ ନେଇ ପ୍ରଥମେ ଖବର ପ୍ରସାରଣ କରିଥିଲା ନ୍ୟୁଜ୍ ସେଭେନ୍ ।

ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ପପୁ ପମପମଙ୍କ ଅପକମିଂ ଓଲିଉଡ୍ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରର ଦୃଶ୍ୟକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ଏଥିରେ ପପୁ ପମପମ ଆକ୍ସନ ମହିଳାଙ୍କ ପ୍ରତି ଅପମାନ ବୋଲି କୁହାଯାଉଛି । ପୋଷ୍ଟରରେ ପପୁଙ୍କୁ ଏକ ରଥର ସାରଥୀ ଭଳି ଚିତ୍ରଣ କରାଯାଇଛି । ଏହି ରଥର ଘୋଡ଼ା ଭାବେ ୭ ଜଣ ଯୁବତୀଙ୍କୁ ରଖାଯାଇଛି । ଯେଉଁମାନଙ୍କ ନିୟନ୍ତ୍ରଣ ପପୁ ପମପମଙ୍କ ହାତରେ ରହିଛି । ଏଭଳି ଶସ୍ତା ଚିତ୍ରଣକୁ ନେଇ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପୂର୍ବରୁ କାଷ୍ଟିଂକାଉଚ୍ ଲାଗି ବଦନାମ୍ ହୋଇଥିବା ପପୁ ପୁଣି ଥରେ ମହିଳାଙ୍କୁ ଅପମାନ କରିବା ଭଳି ପୋଷ୍ଟରରେ ଦେଖାଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

   Related Posts