Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝିଅ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଦାବି କଲେ ବାପା: ହାଇକୋର୍ଟରେ କହିଲେ ଡ୍ରଗ ମାଫିଆ ତାଙ୍କ ଝିଅଙ୍କୁ କରିଛନ୍ତି ହତ୍ୟା

14/11/2019 at 9:44 PM

ମୋହାଲି୧୪/୧୧: ବହୁ ଚର୍ଚ୍ଚିତ ନେହା ସୌରୀ ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ମହିଳା ଡାକ୍ତର ନେହାଙ୍କ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଥିଲା। ଡ୍ରଗ ଇନସ୍‌ପେକ୍ଟର ଭାବେ ମୋହାଲିରେ ଯୋଗ ଦେଇଥିବା ଡକ୍ଟର ନେହା ଶୌରୀଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ଗୁଳି କରି ହତ୍ୟା ମାମଲାରେ ହରିୟାଣ- ପଞ୍ଜାବ ହାଇକୋର୍ଟ ସରକାର ସମେତ ବହୁ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି।

 ସୂଚନାଯୋଗ୍ୟ ଯେ ହତ୍ୟାର ତଦନ୍ତ ବିଳମ୍ବ ହେବା ଯୋଗୁଁ ମୃତ ନେହା ସୌରୀଙ୍କ ବାପା ଅବସରପ୍ରାପ୍ତ କ୍ୟାପଟେନ କୈଳାଶ କିଶୋର ସୌରୀ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଥିଲେ। ପଞ୍ଜାବ ସରକାର ରାଜ୍ୟରେ ନିଶା କାରବାର ବିରୋଧରେ ଜିରୋ ଟଲରେନ୍ସ ବୋଲି ଦାବି କରୁଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଝିଅଙ୍କ ହତ୍ୟାକାରୀକୁ  ଗିରଫ କରିବାରେ ରାଜ୍ୟ ପୋଲିସ ବିଫଳ ହୋଇଥିବା କଥା କୈଳାଶ କହିଛନ୍ତି।

ମୃତ ମହିଳା ଡାକ୍ତରଙ୍କ ବାପା କୈଳାଶ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅଙ୍କ ହତ୍ୟା ଘଟଣାରେ ତଦନ୍ତ ସଂପର୍କରେ ତାଙ୍କୁ କିଛି ସୂଚନା ଦିଆଯାଇ ନଥିଲା। ଶେଷରେ କୈଳାଶ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି।  ସେ କୋର୍ଟରେ କହିଛନ୍ତି ଯେ ନେହାଙ୍କ ହତ୍ୟା ମାମଲା ଘଟଣା ତଦନ୍ତ ପ୍ରଥମେ ମୋହାଲିର ଏସଏସପିଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏହା ପରେ ରୂପନଗର ରେଞ୍ଜର ଆଇଜିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇଙ୍କୁ ହସ୍ତାନ୍ତର କରାଯାଉ ବୋଲି ଜୋରରେ ଦାବି ହୋଇଥିଲା। ଏ ନେଇ ଆବେଦନକାରୀ  ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ। ଏହା ପରେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ପଞ୍ଜାବର ଡ୍ରଗ ତସ୍କରୀ ଓ ମାଫିଆଙ୍କ ହାତ ଥାଇ ପାରେ ବୋଲି ସିବିଆଇ ସନ୍ଦେହ କରୁଛି। ଆବେଦନକାରୀଙ୍କ କହିବା ଅନୁସାରେ ଯେବେଠୁ ଏହି ମାମଲା ସିବିଆଇକୁ ହସ୍ତାନ୍ତର ହୋଇଛି ସେବେଠୁ ତଦନ୍ତ ସଂପର୍କରେ କିଛି ସୂଚନା ତାଙ୍କୁ ଦିଆଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି।

ଏବେ ମୃତ ନେହାଙ୍କ ପରିବାର ଲୋକ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଝିଅଙ୍କ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ପରିବାର ଲୋକ କୋର୍ଟରେ  ଦାବି କରିଛନ୍ତି। ଡ୍ରଗ ମାଫିଆ ତାଙ୍କ ଝିଅଙ୍କୁ ହତ୍ୟା କରିଥିବା କଥା ମଧ୍ୟ ନେହାଙ୍କ ବାପା କୋର୍ଟରେ କହିଛନ୍ତି। ଇନଭେଷ୍ଟିଗେସନ ଏଜେନ୍ସିର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହୋଇକୋର୍ଟ  ନିର୍ଦେଶ ଦେଇଛନ୍ତି। ଏଥିହ ସବୁ ବିପକ୍ଷଙ୍କୁ ନୋଟିସ ଜାରି  ହୋଇଛି।

   Related Posts