ବିବାହ ପୂର୍ବରୁ କ୍ୟାଟ୍ରିନା ଭିକିଙ୍କ ବିରୋଧରେ ଅଭିଯୋଗ, ଜାଣନ୍ତୁ କ’ଣ ରହିଛି ପୁରା ମମାଲା

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୦୭/୧୨: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ ୨ ଦିନ ପରେ ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ଏହା ପୂର୍ବରୁ ସେମାନଙ୍କ ଜୀବନରେ ଏକ ବଡ 'ବିଘ୍ନ' ଦେଖାଦେଇଛି । କାରଣ ରାଜସ୍ଥାନର ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ବିକି-କ୍ୟାଟ୍ରିନାଙ୍କ ବିରୋଧରେ ସୋମବାର ଦିନ ଏକ ରିପୋର୍ଟ ଦାଖଲ କରାଯାଇଛି।

{"width":690,"height":389}
PunjabKesari

ସୂଚନା ଅନୁଯାୟୀ, ଏହି କପଲ୍ ସୱାଇ ମାଧୋପୁରର ରାଜସ୍ଥାନର ଚୌଥ ବରୱାଡାରେ ବିବାହ କରିବାକୁ ଯାଉଛନ୍ତି। ଏଥିସହିତ ରାଜସ୍ଥାନରେ ଏକ ପ୍ରସିଦ୍ଧ ଚୌଥ ମାତା ମନ୍ଦିର ଅଛି, ଯେଉଁଠାରେ ଉଭୟ ବିବାହ ପରେ ଦର୍ଶନ କରିବାକୁ ଯିବେ। ବିବାହ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ମନ୍ଦିରକୁ ଯିବା ବାଟରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ଖବର ରହିଛି। କ୍ୟାଟ୍-ଭିକିଙ୍କ କାରଣରୁ ମନ୍ଦିରକୁ ଯିବା ରାସ୍ତା ବନ୍ଦ ହୋଇଯାଇଛି, ଯେଉଁଥିପାଇଁ ସ୍ଥାନୀୟ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ସୱାଇ ମାଧୋପୁରର ବାସିନ୍ଦା ନେତ୍ରବିନ୍ଦ ସିଂ ଜାଦୌନ ଉଭୟଙ୍କ ବିରୋଧରେ କୋର୍ଟରେ ଆବେଦନ କରିଛନ୍ତି। ଏଥିରେ କ୍ୟାଟ୍ରିନା-ଭିକିଙ୍କ ବ୍ୟତୀତ ସୱାଇ ମାଧୋପୁର କଲେକ୍ଟର ଏବଂ ହୋଟେଲ ସିକ୍ସ ସେନ୍ସ ଫୋର୍ଟ ବରୱାଡା ମ୍ୟାନେଜମେଣ୍ଟକୁ ମଧ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି।

{"width":691,"height":425}
PunjabKesari

ଅଭିଯୋଗରେ ଲେଖାଯାଇଛି ଯେ, କ୍ୟାଟ୍ରିନା-ବିକିଙ୍କ ବିବାହ କାରଣରୁ ପ୍ରସିଦ୍ଧ ଚୌଥ ମାତା ମନ୍ଦିରକୁ ଯାଉଥିବା ରାସ୍ତା ଡିସେମ୍ବର ୬ ରୁ ୧୨ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଛି। କିନ୍ତୁ, ପ୍ରତିଦିନ ବହୁ ସଂଖ୍ୟାରେ ଭକ୍ତ ମାତାଙ୍କୁ ଦର୍ଶନ କରିବାକୁ ଆସନ୍ତି। ତେଣୁ ଭକ୍ତମାନଙ୍କୁ ଆଗାମୀ ୭ ଦିନ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଯାହାକୁ ନେଇ ଜନସାଧାରଣଙ୍କ ସ୍ୱାର୍ଥରେ ଦେବୀଙ୍କ ମନ୍ଦିରକୁ ରାସ୍ତା ଖୋଲିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ସଚିବଙ୍କୁ ଆଡଭୋକେଟ୍ ନେତ୍ରବିନ୍ଦ ସିଂ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.