Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଦିଲ୍ଲୀ ଦଙ୍ଗାରେ କରିଥିଲେ ବିବାଦୀୟ ଟିପ୍ପଣୀ, ଜାଭେଦ ଅଖତାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ

5/03/2020 at 8:43 PM

ବେଗୁସରାୟ ୦୫।୦୩- ଗତ ମାସରେ ଦିଲ୍ଲୀରେ ଘଟିଥିବା ଦଙ୍ଗା ବିଷୟରେ ସଙ୍ଗୀତଜ୍ଞ ଜାଭେଦ ଅଖତାର ଏକ ବିବାଦୀୟ ଟିପ୍ପଣୀ କରିଥିଲେ। ଜାଭେଦ ଅଖତାର କହିଥିଲେ ଯେ, ଦଙ୍ଗାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି, ଘର ଜାଳି ଦିଆଗଲା, ଦୋକାନରେ ଲୁଟପାଟ୍ କରାଗଲା ମାତ୍ର ପୋଲିସ କେବଳ ଗୋଟିଏ ବ୍ୟକ୍ତିଙ୍କୁ ଖୋଜୁଛି, ସଂଯୋଗବଶତଃ ତାର ନାମ ତାହିର ହୁସେନ। ଅଖତାରଙ୍କ ବୟାନକୁ ନେଇ ବିହାରର ବେଗୁସରାୟରେ ରହୁଥିବା ଜଣେ ଓକିଲ ଜାଭେଦ ଅଖତାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜାଭେଦଙ୍କ ବିରୋଧରେ ସେ ଦେଶଦ୍ରୋହର ଧାରା ଆଧାରରେ ଥାନାରେ ଏତଲା ଦେଇଛନ୍ତି।

ବେଗୁସରାୟର ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀ ଠାକୁର ଅମନ କୁମାରଙ୍କ ଅଦାଲତରେ ବୁଧବାର ସ୍ଥାନୀୟ ଓକିଲ ଅମିତ୍ କୁମାର ପିଟିସନ ଦାୟର କରିଛନ୍ତି। ଏହି  ପିଟିସନରେ ଅଖତାରଙ୍କ ବିରୋଧରେ ଆଇପିସିର ଧାରା ୧୨୪ ଏ(ଦେଶଦ୍ରୋହ), ୧୫୨ଏ(ଦ୍ଵୈଷପୂର୍ଣ୍ଣ ବୟାନ) ଓ ୧୫୩ ବି(ଉପଦ୍ରବିଙ୍କୁ ଉକୁସାଇବା) ଆଧାରରେ ଏତଲା ଦେଇଛନ୍ତି।

ଅଭିଯୋଗକାରୀ ଅମିତ୍ କୁମାର କହିଛନ୍ତି ଏହି ଅଭିଯୋଗ ଆଧାରରେ ମାମଲାରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ରେ ହେବ। ଜାଭେଦ ଟୁଇଟ୍ କରି କହିଥିଲେ ଯେ, ଦଙ୍ଗାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି, ଘର ଜାଳି ଦିଆଗଲା, ଦୋକାନରେ ଲୁଟପାଟ୍ କରାଗଲା ମାତ୍ର ପୋଲିସ କେବଳ ଗୋଟିଏ ଘରକୁସିଲ୍ କରି ମାଲିକକୁ ଖୋଜୁଛି। ସଂଯୋଗବଶତଃ ତାର ନାମ ତାହିର ହୁସେନ। ଦିଲ୍ଲୀ ପୋଲିସକୁ ସଲାମ।

ଓକିଲ ଅମିତ୍ କୁମାର କହିଛନ୍ତି ଯେ, ଏହି ବୟାନକୁ ପଢିବା ପରେ ସ୍ପଷ୍ଟ ଜଣା ପଡୁଛି ଯେ, ଜାଭେଦ ଅଖତାର ହିନ୍ଦୁସ୍ତାନକୁ ଜାତି, ସଂପ୍ରଦାୟ ନାମରେ  ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି।

   Related Posts