ଲକଡାଉନ୍ ନିୟମକୁ ଭାଙ୍ଗିଲେ ବଲିଉଡ ଅଭିନେତ୍ରୀ ଏବଂ ତାଙ୍କ ଡାକ୍ତର ସ୍ବାମୀ : ଘରେ ଅତିଥି ଡକାଇ ପାର୍ଟି କରିଥିବା ଅଭିଯୋଗ କଲେ ପଡ଼ୋଶୀ

Published By : Prameya-News7 Bureau | April 24, 2020 IST

ମୁମ୍ବାଇ ୨୪/୪: ଅଭିନେତ୍ରୀ ଅନିତା ରାଜ ଏବଂ ତାଙ୍କ ସ୍ବାମୀ ସୁନୀଲ ହିଙ୍ଗୋରାନି ଏକ ବଡ଼ ଅସୁବିଧାରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ଲକଡାଉନ୍ ସମୟରେ ନିୟମ ଭାଙ୍ଗି ନିଜ ଘରେ ଡ୍ରିଙ୍କ୍ ପାର୍ଟି କରିବାର ଅଭିଯୋଗ ହୋଇଛି। ଏହି ମାମଲାରେ ଅନିତା ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ପୋଲିସ୍ ନିକଟରେ ଅଭିଯୋଗ ହୋଇଛି।

{"id":259132,"sizeSlug":"large"}

ଅନିତା ଏବଂ ସୁନୀଲ ମୁମ୍ବାଇର ପାଲି ହିଲ୍ ଅଞ୍ଚଳର ଏକ ସୋସାଇଟିରେ ରୁହନ୍ତି। ଉଭୟେ ସୋମବାର ନିଜ ବନ୍ଧୁଙ୍କୁ ଘରକୁ ଡାକି ଏକ ଡ୍ରିଙ୍କ୍ ପାର୍ଟି ଦେଇଥିଲେ। ଏକଥା ତାଙ୍କ ସୋସାଇଟିର ଓ୍ବାଚମ୍ୟାନଙ୍କୁ ଜଣା ପଡ଼ିବାରୁ ସେ ଅନିତାଙ୍କ ପଡ଼ୋଶୀଙ୍କୁ କହିଥିଲେ। ଭିଜିଟର୍ସଙ୍କ ଆସିବାର ଖବରରେ ପଡ଼ୋଶୀ ସୋସାଇଟିର ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ ଯାହା ପରେ ସେ ଏହାର ସୂଚନା ପୋଲିସକୁ ଦେଇଥିଲେ। ଅଭିଯୋଗ ମିଳିବା ପରେ ପୋଲିସ୍ ଅନିତାଙ୍କ ଘରକୁ ପହଞ୍ଚିଥିଲା ଏବଂ ତାଙ୍କ ସହ ପଚରାଉଚୁରା କରିଥିଲା। ପୋଲିସ୍ ଉଭୟଙ୍କୁ ବୁଝାଇ ସୁଝାଇ ସେଠାରୁ ଚାଲିଯାଇଥିଲା କିନ୍ତୁ ତା’ପରେ ଅନିତା ଏବଂ ତାଙ୍କ ସ୍ବାମୀ ରାଗିଯାଇ ଓ୍ବାଚମ୍ୟାନଙ୍କୁ କିଏ ଏବଂ କାହିଁକି ପୋଲିସକୁ ଏବିଷୟରେ ଜଣାଇଥିଲା ଏବିଷୟରେ ପଚାରିଥିଲେ।

{"id":259135,"sizeSlug":"large"}

କିନ୍ତୁ ଅନିତା ଏମାମଲାରେ ତାଙ୍କର ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସ୍ବାମଈ ଡାକ୍ତର,ତାଙ୍କର ଜଣେ ବନ୍ଧୁ ମେଡିକାଲ୍ ଏମରଜେନ୍ସି ଯୋଗୁଁ ତାଙ୍କ ଘରକୁ ଆସିଥିଲେ। ସେ ତାଙ୍କ ସହ ନିଜ ପତ୍ନୀଙ୍କୁ ମଧ୍ୟ ଆଣିଥିଲେ। ଏପରି ସମୟରେ ତାଙ୍କ ସ୍ବାମୀ ସେମାନଙ୍କୁ ଘରକୁ ଆସିବାକୁ ମନା କରି ପାରିନଥିଲେ। ଯେତେବେଳେ ପୋଲିସକୁ ଘଟଣା ବିଷୟରେ ଜଣା ପଡ଼ିଥିଲା ସେତେବେଳେ ପୋଲିସ୍ ଭୁଲ୍ ଅଭିଯୋଗ ଦାୟର କରିଥିବାରୁ କ୍ଷମା ମାଗିଥିଲା ଏବଂ ସେଠାରୁ ଚାଲିଯାଇଥିଲା। ସେ ଏପରି ସଙ୍କଟମୟ ପରିସ୍ଥିତିରେ ପାର୍ଟି ବିଷୟରେ କେବେ ଭାବି ପାରିବେ ନାହିଁ।

{"id":259136,"sizeSlug":"large"}

ଅନିତା ରାଜ ୧୯୮୧ମସିହାରେ ଆସିଥିବା ଫିଲ୍ମ ‘ପ୍ରେମଗୀତ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ସୁନୀଲ ହିଙ୍ଗୋରାନିଙ୍କ ଡାଇରେକ୍ସନରେ ହୋଇଥିବା ଫିଲ୍ମ ‘କରିଶ୍ମା କୁଦରତ କା’(୧୯୮୫)ରେ ଅନିତା ରାଜ ଅଭିନୟ କରିଥିଲେ। ସେ ‘ଲୈଲା’(୧୯୯୪),‘ଜାନ କି ବାଜି’(୧୯୮୫),‘ମେରା ହକ୍’(୧୯୮୬),‘ପ୍ୟାର କିୟା ହେ ପ୍ୟାର କରେଙ୍ଗେ’(୧୯୮୬),‘ହଓ୍ବାଲାତ’(୧୯୮୭),‘କ୍ଲର୍କ’(୧୯୮୯),‘ନଫରତ କି ଆନ୍ଧି’(୧୯୮୯),‘ବିଦ୍ରୋହୀ’(୧୯୯୨),‘ଅଧର୍ମ’(୧୯୯୨) ସହ ଅନେକ ଫିଲ୍ମରେ କାମ କରିଛନ୍ତି। ୫୭ବର୍ଷ ବୟସ୍କା ଅନିତା ଏବେ ‘ଛୋଟି ସରଦାରନି’ ଧାରାବାହିକରେ କାମ କରୁଛନ୍ତି।

{"id":259134,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.