ସେବା ସମବାୟ ସମିତି ସେକ୍ରେଟାରୀଙ୍କ ବିରୋଧରେ ହିତାଧିକାରୀଙ୍କ ଅଭିଯୋଗ

Published By : Prameya-News7 Bureau | December 16, 2020 IST

ଭଦ୍ରକ ୧୬/୧୨: ଧାନ କିଣା ପକ୍ରିୟା ଆରମ୍ବ ପୂର୍ବରୁ ସୋସାଇଟି ସେକ୍ରେଟାରୀ ବିରୁଦ୍ଧରେ ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ବିଭାଗୀୟ ତଦନ୍ତ କରାଯିବା ସହ ସେକ୍ରେଟାରୀଙ୍କୁ ନିଲମ୍ବିତ କରାଯାଇଥିଲା , କିନ୍ତୁ ପରବର୍ତ୍ତୀ ସମୟରେ ନିଲମ୍ବିତ ସେକ୍ରେଟାରୀଙ୍କୁ ପୁନଃ ଥଇଥାନ କରାଯାଇଛି ।

ଏହି ଘଟଣାରେ ସ୍ଥାନୀୟ ଚାଷୀ ବିଭାଗୀୟ ନୀତିକୁ ସନ୍ଦେହ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଏଭଳି ଘଟଣା ଭଦ୍ରକ ବ୍ଲକ ଆମ୍ବରୋଳୀ ସେବା ସମବାୟ ସମିତିରେ ଦେଖିବାକୁ ମିଳିଛି । ଏହି ସେବା ସମବାୟ ସମିତି ଉପରେ ବାଣିତିଆ , ବନ୍ଧଗାଁ ଓ ଆମ୍ବରୋଳୀ ପଞ୍ଚାୟତର ଚାଷୀମାନେ ନିର୍ଭର କରନ୍ତି । ସୂଚନାନୁସାରେ ଏହି ସୋସାଇଟି ସଂପାଦକଙ୍କ ବିରୁଦ୍ଧରେ ଗତ ନଭେମ୍ବର ୨୩ ତାରିଖରେ ଅର୍ଥ ଆତ୍ମସାତ ଅଭିଯୋଗ ଆସିଥିଲା ।

{"id":378070,"sizeSlug":"large","linkDestination":"none"}

ଆୟବ୍ୟୟର ଅନିୟମିତତା , ଧାନ କିଣାବିକାରେ ଅନିୟମିତତା ଓ ରେଜିଷ୍ଟାରଙ୍କ ନିର୍ଦେଶକୁ ଅବମାନନା ଆଦି ତ୍ରୁଟି ଦର୍ଶାଇ ଚାଷୀମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗିୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରେରଣ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତଦନ୍ତ କରିବା ସହ ସେକ୍ରେଟାରୀଙ୍କୁ  ଚଳିତ ମାସ ୭ ତାରିଖରେ ନିଲମ୍ବିତ କରିଥିଲେ । କିନ୍ତୁ କିଛି ଦିନ ପରେ ଉକ୍ତ କାର୍ଯ୍ୟରେ ପୁନଃ ଥଇଥାନ କରାଯାଇଛି । ଯାହାକୁ  ନେଇ ସ୍ଥାନୀୟ ଚାଷୀ ଏଆରସିଏସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଏହି ଘଟଣାରେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.