ଫିଲ୍ମ 'The Accidental Prime Minister' ର କଳାକାରଙ୍କ ବିରୋଧରେ କୋର୍ଟରେ ମାମଲା : ୬ରେ ଶୁଣାଣି

Published By : Prameya-News7 Bureau | January 03, 2019 IST

ପାଟଣା ୩/୧ : ଫିଲ୍ମ 'The Accidental Prime Minister' ର ଟ୍ରେଲର ରିଲିଜ ହେବା ପରଠୁ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି | ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅନୁପମ ଖେର | ବିହାରର ଏକ କୋର୍ଟରେ ଅନୁପମ ଖେର ଏବଂ ତାଙ୍କ ସହଯୋଗୀ କଳାକାରଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ଫିଲ୍ମ ଜରିଆରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତଥା ଅନ୍ୟ କିଛି ବଡ ବଡ ନେତାଙ୍କ ନାଁ ଖରାପ କରିଥିବା ଅଭିଯୋଗ ହୋଇଛି | ଓକିଲ ସୁଧାକର ଓଝା ମୁଜାଫରପୁରର ମୁଖ୍ୟ ଜୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏକ କେଶ ଫାଇଲ କରିଛନ୍ତି |

{"id":70073}

କୋର୍ଟ ଏହି ମାମଲାର ଶୁଣାଣି ଆସନ୍ତା ୮ ତାରିଖରେ କରିବେ | ଆବେଦନର ଓକିଲ ସୁଧାକର ଓଝା ଦର୍ଶାଇଛନ୍ତି ଯେ, ଫିଲ୍ମରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ତାଙ୍କର ତତ୍କାଳୀନ ମିଡ଼ିଆ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ଛବିକୁ ଅନୁପମ ଖେର ଏବଂ ଅକ୍ଷୟ ଖାନ୍ନା ଖରାପ କରିବାକୁ ଚେଷ୍ଟା କରିଛନ୍ତି | ଫିଲ୍ମରେ ଅନେକଙ୍କ ଭାବନାକୁ ଆଘାତ ପହଁଚିଥିବା ସୁଧାକର କହିଛନ୍ତି | ଫିଲ୍ମରେ ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଚରିତ୍ରକୁ ମଧ୍ୟ ପରିହାସ କରାଯାଇଛି ବୋଲି ସେ କହିଛନ୍ତି | ଫିଲ୍ମର ସମସ୍ତ କଳାକାରଙ୍କ ଛଡା ଫିଲ୍ମର ନିର୍ଦେଶକ ଏବଂ ପ୍ରଯୋଜକଙ୍କ ବିରୋଧରେ ମଧ୍ୟ କୋର୍ଟରେ କେଶ ଫାଇଲ କରାଯାଇଛି |

{"id":70072}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.