ଜୟପୁରର ଜଣାଶୁଣା ଯୁବ ବକ୍ସର ଅରିଜିତ ମହାପାତ୍ରଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ : ଫେସବୁକରେ ବନ୍ଧୁତାରୁ ଏକ ତରଫା ପ୍ରେମ ନିବେଦନ
30/06/2019 at 9:46 AM

ଜୟପୁରର ଜଣାଶୁଣା ଯୁବ ବକ୍ସର ଅରଜିତ ମହାପାତ୍ରଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ପୀଡିତା । ଫେସବୁକରେ ବନ୍ଧୁତାରୁ ଏକ ତରଫା ପ୍ରେମ ନିବେଦନ। ହେଲେ ରାଜି ନହେବାରୁ ଯୁବତୀଙ୍କୁ ଗତ ୨ ବର୍ଷ ଧରି ଧମକ ଚକମ ଦେଉଥିବା ନେଇ ଜୟପୁର ଟାଉନଥାନାରେ ଅଭିଯୋଗ ହୋଇଛି । ଏପରିକି ଯୁବତୀଙ୍କ ସ୍କୁଟିକୁ ଅରଜିତ ଏବଂ ତାଙ୍କ ସାଙ୍ଗ ମାନେ ମିଶି ପୋଡି ଦେଇଥିବା ମଧ୍ୟ ଅଭିଯୋଗ ଆସିଛି ।

ଜାତୀୟ ଜୁନିଅର ବର୍ଗରେ ବକ୍ସିଂ ଖେଳି ସ୍ବର୍ଣ୍ଣ ପଦକ ଜିତିଛନ୍ତି ଅରିଜିତ । ତେବେ ଅଭିଯୋଗ ପାଇବା ପରେ ପୋଲିସ ଅରିଜିତଙ୍କୁ ଅଟକ ରଖି ତଦନ୍ତ କରୁଛି । ତେବେ ଅରଜିତଙ୍କ ପରିବାର ଅଭିଯୋଗକୁ ଖଣ୍ଡନ କରିଛି । ପରିବାର ଲୋକଙ୍କ କହିବା କଥା, ଗାଡି କିଣିବା ଲାଗି ଯୁବତୀ ଜଣକ ଟଙ୍କା ନେଇଥିଲେ । ତେବେ ବ୍ରେକ ଅପ ପରେ ତାହା ନଫେରାଇବାକୁ ଅରଜିତଙ୍କ ସାଙ୍ଗ ମାନେ ମିଶି ଗାଡି ପୋଡି ଦେଇଥିଲେ ।