ଟିଭି ଇଣ୍ଡଷ୍ଟ୍ରିର ସଂସ୍କାରି ବାବୁଜିଙ୍କ ବିରୋଧରେ ଦୁଷ୍କର୍ମ ମାମଲା

Published By : Prameya-News7 Bureau | November 21, 2018 IST

ମୁମ୍ବାଇ ୨୧/୧୧ : ବଲିଉଡ ତଥା ଟିଭି ଧାରାବାହିକ ଜଗତର ସଂସ୍କାରି ବାବୁଜିଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ ହୋଇଛି | ବୁଧବାର ଦିନ ଅଭିନେତା ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ ହୋଇଛି | ଆଇପିସିର ଧାରା ୩୭୬ରେ ଆଲୋକ ନାଥଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜ୍ଜୁ କରିଛି | ଲେଖିକା ବୀନତା ନନ୍ଦା Me too ଅଭିଯାନରେ ଆଲୋକ ନାଥଙ୍କ ବିରୋଧରେ ଆରୋପ ଲଗେଇଛନ୍ତି ଯେ, ଆଲୋକ ନାଥ ତାଙ୍କ ସହ ଦୁଇ ଥର ଦୁଷ୍କର୍ମ କରିଛନ୍ତି | ଆରୋପ ପରେ ଆଲୋକ ନାଥ ବୀନତାଙ୍କୁ ଲିଖିତ ଆକାରରେ କ୍ଷମା ମାଗିବାକୁ ଦାବି କରିଥିଲେ | ବୀନତା ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, ଆଲୋକ ନାଥ ଠାରେ ପାର୍ଟି କରିବା ପାଇଁ ତାଙ୍କ ଘରକୁ ଡାକିଥିଲେ | ପାର୍ଟିରେ ବୀନତାଙ୍କ ପାନୀୟରେ କିଛି ମିଶା ଯାଇଥିଲା | ରାତି ପ୍ରାୟ ୨ଟା ବେଳେ ତାଙ୍କୁ ଭଲ ନଲାଗିବାରୁ ସେ ସେଠାରୁ ବାହାରିଯାଇଥିଲେ | ବିଳମ୍ବିତ ରାତି ହୋଇଥିଲେ ମଧ୍ୟ କେହି ତାଙ୍କୁ ଘରେ ଛାଡ଼ିଦେବା କଥା କହିନଥିଲେ | ତେଣୁ ସେ ନିଜେ ଚାଲି ଚାଲି ଘରକୁ ଯିବା ପାଇଁ ବାହାରିଯାଇଥିଲେ | ରାସ୍ତାରେ ତାଙ୍କୁ ଆଲୋକ ନାଥ ନିଜ କାରରେ ଲିଫ୍ଟ ଦେଇଥିଲେ | ଆଲୋକ ନାଥ ବୀନତାଙ୍କୁ ତାଙ୍କ ଘରକୁ ନେଇଯାଇଥିଲେ ଏବଂ ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ | ତେବେ ଆଲୋକ ନାଥ ତାଙ୍କ ଉପରେ ଲାଗିଥିବା ଏହି ଆରୋପକୁ ମିଛ କହି ନିଜକୁ ନିର୍ଦୋଷ ବୋଲି କହୁଛନ୍ତି | ବୀନତାଙ୍କ ଆରୋପ ପରେ ଆଉ କିଛି ମହିଳା ଆଲୋକ ନାଥଙ୍କ ବିରୋଧରେ ସାମ୍ନାକୁ ଆସିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.