ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ନାଁରେ ଦୁର୍ବ୍ୟବହାର ଅଭିଯୋଗ ; ସ୍କୁଲ ପ୍ରିନ୍ସିପାଲଙ୍କୁ ସସ୍ପେଣ୍ଡ କରିବାକୁ ଧମକୀ ଦେଇଥିବା ଭିଡିଓ ଭାଇରାଲ

Published By : Prameya-News7 Bureau | June 29, 2018 IST

ଭାରତୀୟ ରାଜନେତାମାନେ ଅନ୍ୟକୁ ଦୁର୍ବ୍ୟବହାର କରିବା ନେଇ ଅଧିକାଂଶ ସମୟରେ ଅଭିଯୋଗ ହୋଇଥାଏ । କ୍ଷମତା ଅନ୍ଧ ନେତାଏ ଏପରି ବ୍ୟବହାରକୁ ଅଧିକାର ମନେ କରୁଥିବା ମନେହୁଏ । ଏପରି ଏକ ଘଟଣା ନେଇ ଏବେ ଆଲୋଡନ ପ୍ରକାଶ ପାଇନି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତଙ୍କ ବ୍ୟବହାରକୁ ନେଇ ଘଟଣାଟି ଘଟିଛି। ବିଜେପିର ଏକ ଜନତା ଦରବାରରେ ହଠାତ୍ ରାଗିଯାଇ ତ୍ରିବେନ୍ଦ୍ର ରାୱତ ଜଣେ ସ୍କୁଲ ପ୍ରିନ୍ସପାଲଙ୍କୁ ସସ୍ପେଣ୍ଡ କରିବାକୁ ଧମକ ଦେବା ସହ ପୋଲିସ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦେବା ଆଲୋଡ଼ନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙଅକ ସରକାରୀ ବାସଭବନରେ ଏହି ଜନତା ଦରବାର ଆୟୋଜିତ ହୋଇଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାରର ଭିଜୁଆଲ ଏବଂ ଅଡିଓ ଭାଇରାଲ ହୋଇଛି । ଜନତା ଦରବାରରେ ଏକ ସରକାରୀ ପ୍ରାଇମେରି ସ୍କୁଲ ଅଧ୍ୟକ୍ଷା ତାଙ୍କ ବଦଳିପାଇଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତଙ୍କୁ ଅନୁରୋଧ କରିଥିଲେ । ୫୭ ବର୍ଷୀୟା ବିଧବା ମହାଳା ଜଣକ ଉତ୍ତରକାଶିର ନାଉଗାଁ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳର ଏକ ସ୍କୁଲ୍ରେ ୨୫ ବର୍ଷ ଧରି ଚାକିରି କରୁଥିବା କହି ବଦଳି ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମହିଳାଙ୍କ ସହ ହଠାତ୍ ୟୁକ୍ତି ତର୍କ କରିଥିଲେ ମୁଖ୍ୟମନ୍ତ୍ରୀ । ରାଗିଯାଇଥିଲେ । ମହିଳା ଜଣକ ତାଙ୍କୁ ଅସମ୍ମାନ କରିଥିବା କହି ପାଟି କରିଥିଲେ । ଭାଇରାଲ ଭିଡିଓରେ ମହିଳାଙ୍କୁ ସସ୍ପେଣ୍ଡ କରିବାକୁ କହୁଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ହେପାଜତକୁ ନେବାକୁ ପୋଲିସକୁ କହୁଥିବା ଶୁଣାଯାଇଛି । ସେପଟେ ମହିଳା ଜଣକ ବି ଶେଷରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚିତ୍କାର ସହ ଆକ୍ଷେପ କରୁଥିବା ଶୁଣାଯାଇଛି ।ଘଟଣାର ଦୃଶ୍ୟ ଭାଇରାଲ ହେବାପରେ ବେଶ୍ ଆଲୋଡନ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.