Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଓଟିଭି ଏମ୍‌ଡିଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଫେରାଦ: ଗାଁଲୋକଙ୍କୁ ଚାଷଜମିକୁ ବାଟ ଛାଡୁ ନାହାନ୍ତି, ଗୁଣ୍ଡା ପଠାଇ ଧମକ ଦେଉଛନ୍ତି

26/09/2020 at 12:30 PM

ଭୁବନେଶ୍ୱର ୨୬/୦୯ : ଖୋର୍ଦ୍ଧା ଜିଲ୍ଲା ସରୁଆ ଗ୍ରାମରେ ଓଟିଭି ଦୋରାତ୍ମ୍ୟ ବିରୋଧରେ ଜିଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ଗ୍ରାମବାସୀ । କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ କାରୀ, ସାରୁଅ, ଜୟମଙ୍ଗଳ ଓ ଗୌଡ଼ପୁଟ ଗାଁର ଜମି କିଣିଥିଲେ । ସେମାନେ ସେଠାରେ ବଡ଼ ବଡ଼ ଘର, ପାଚେରୀ, ପୋଖରୀ, ରାସ୍ତା ନିର୍ମାଣ କଲେ କିନ୍ତୁ ଗ୍ରାମବାସୀଙ୍କ ଭାତ ହାଣ୍ଡି ଉପରେ ମାଡ ମାରି ଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଗ୍ରାମବାସୀ ନିଜ ଚାଷ ଜମିକୁ ଯାଇ ପାରୁନାହାନ୍ତି ।

ପ୍ରତିବାଦ କରିବାରୁ ଓଟିଭି ମାଲିକାଣୀ ଜାଗି ପଣ୍ଡାଙ୍କ ଗୁଣ୍ଡାମାନେ ଧମକଚମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଜମି ଜବରଦଖଲ କରିବାକୁ ମଧ୍ୟ ଧମକ ଦେଉଥିବାରୁ ଗ୍ରାମବାସୀ ଭୟଭୀତ ଅଛନ୍ତି । ସେହି ଭୟରେ ଶାଗ ମାଛ ଦରରେ ଜମି ବିକୁଛନ୍ତି ସ୍ଥାନୀୟ ଲୋକେ । ଜାଗି ପଣ୍ଡାଙ୍କ ବାପା ଓ ଭାଇ ମଧ୍ୟ ଗାଁକୁ ଆସି ଧମକ ଦେଉଥିବା ଗ୍ରାମବାସୀ ଲିଖିତ ଭାବେ ଦର୍ଶାଇଛନ୍ତି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିଜ ସୁରକ୍ଷା ଦାବି କରିଛନ୍ତି ଗାଁ ଲୋକେ । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆତ୍ମହତ୍ୟା କରିଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

   Related Posts