ଅସୁବିଧା ଜଣାଇବାକୁ ଯାଇ ବିଧାୟକଙ୍କଠାରୁ ମାଡଖାଇଥିବା ଅଭିଯୋଗ....

Published By : Prameya-News7 Bureau | August 11, 2018 IST

କଣ୍ଟାବାଂଜି ୧୧|୮-ଅସୁବିଧା ଜଣାଇବାକୁ ଯାଇଥିବା ଲୋକଙ୍କୁ ମିଳିଲା ବିଧାୟକଙ୍କଠୁ ମାଡ । ଲୋକଙ୍କ ଦୁଃଖ ବୁଝିବା ବଦଳରେ ମାଡମାରି ଘଉଡାଇ ଦେଉଛନ୍ତି ନେତା । ଏଭଳି ଅଭିଯୋଗ ଆସିଛି ବଳାଙ୍ଗୀର କଣ୍ଟାବାଞ୍ଜି ଅଞ୍ଚଳରୁ । କଣ୍ଟାବାଞ୍ଜି ବିଧାୟକଙ୍କ ନିକଟକୁ ଅସୁବିଧା ଜଣେ ବ୍ୟକ୍ତିଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗ ହୋଇଛି କଂଟାବାଂଜି ଥାନାରେ । ସୂଚନା ଅନୁସାରେ ଗତ କାଲି ସଂଧ୍ୟାରେ ବଂଲାଗୀର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ଗ୍ରାମର ସୁବାସ ପୁଟେଲ ଓ ତାଙ୍କ ଦୁଇ ଜଣ ସହଯୋଗୀ ବିଧାୟକଙ୍କ ପାଖକୁ ବର୍ଷା ଯୋଗୁଁ ଘର ଭାଙ୍ଗିଥିବା କ୍ଷତି ପୂରଣ ନମିଳିବାରୁ ନିଜ ଅସୁବିଧା ଜଣାଇବାକୁ ଯାଇଥିଲେ । ସ୍ଥାନୀୟ ମୁସିଲମ୍ କମ୍ୟୁନିଟି ସେଣ୍ଟରଠାରେ ବିଧାୟକ ଥିବା ବେଳେ ସେଠାରେ ତାଙ୍କୁ ଦେଖା କରି ଦାବି ପତ୍ର ଦେବାକୁ ଚାହିଁଥିଲେ ସେ । ହେଲେ ବିଧାୟକ ଗାଳିଗୁଲଜ କରିବା ସହ ସୁବାଷଙ୍କୁ ମାଡ ମାରିବା ପାଇଁ ଧାଇଁ ଆସିଥିଲେ। ଫଳରେ ସୁବାଷ ସେଠାରୁ ବାହାକୁ ଚାଲିଆସିଥିଲେ । ତଥାପି ବିଧାୟକ ବାହାରକୁ ଆସି ତାଙ୍କୁ ପଛପଟୁ ହାତରେ ବାଡେଇଥିବା ଅଭିଯୋଗ କରିଛନ୍ତି ସୁବାଷ। ଏନେଇ ଆଜି ସୁବାଷଙ୍କ ସହ ତାଙ୍କ ଗ୍ରାମବାସି କଣ୍ଟାବାଞ୍ଜି ଥାନା ଘେରାଉ କରିବା ସହ ବିଧାୟକଙ୍କ ନାରେ ଏକ ଏତଲା ଦେଇଛନ୍ତି। ସେପଟେ ରାଜନୀତି ଉଦେଶ୍ୟ ରଖି ଏଭଳି କରାଯାଉଛି ଓ ଏ ସବୁ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ବିଧାୟକ ଆୟୁବ ଖାନ୍। ସେପଟେ ଥାନାରେ ମାମଲା ରୂଜୁ ହୋଇଥିଲେ ହେଁ କୌଣସି ପ୍ରତିକ୍ରିୟା ଦେବା କୁ ମନା କରିଦେଇଛନ୍ତି କଣ୍ଟାବାଞ୍ଜି ଥାନା ଆଇଆଇସି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.