Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବନ୍ଧୁଙ୍କ ଋଷୀୟ ପତ୍ନୀଙ୍କୁ ଦୁଷ୍କର୍ମ କଲେ କର୍ଣ୍ଣଲ୍ : ମାମଲା ରୁଜୁ

14/12/2020 at 10:48 AM

କାନପୁର ୧୪/୧୨: ଉତ୍ତରପ୍ରଦେଶର କାନପୁରରେ ଏକ ଚାଞ୍ଚଲ୍ୟକର ମାମଲା ସାମନାକୁ ଆସିଛି। ଏଠାରେ ସେଣ୍ଟ୍ରାଲ୍ ଅର୍ଡ଼ିନାନ୍ସ ଡିପାର୍ଟମେଣ୍ଟରେ ମୁତୟନ ଜଣେ କର୍ଣ୍ଣଲ୍ ନିଜ ବନ୍ଧୁଙ୍କ ଋଷୀୟ ପତ୍ନୀଙ୍କୁ ଦୁଷ୍କର୍ମ କରିଛନ୍ତି। ଏହି ଘଟଣାରେ ଏବେ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ କରାଯାଉଛି।

କାନପୁରରେ ମୁତୟନ ଜଣେ କର୍ଣ୍ଣଲଙ୍କ ବିରୋଧରେ ତାଙ୍କ ବନ୍ଧୁ ଅଭିଯୋଗ କରିଛନ୍ତି। ପୋଲିସ୍ ନିକଟରେ ରୁଜୁ କରାଯାଇଥିବା ଅଭିଯୋଗ ମୁତାବକ,କର୍ଣ୍ଣଲ୍ ନିଜ ସରକାରୀ ବଙ୍ଗଳାରେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ଡକାଇଥିଲେ। ଏହା ପରେ ତାଙ୍କ ମଦରେ କିଛି ମିଶାଇ ଦେଇଥିଲେ ଯାହା ଦ୍ବାରା ସେ ବେହୋଶ ହୋଇଯାଇଥିଲେ। ଏହାର ଫାଇଦା ଉଠାଇ କର୍ଣ୍ଣଲ୍ ତାଙ୍କ ପତ୍ନୀଙ୍କ ସହ ଦୁଷ୍କର୍ମ କରିଥିଲେ।

ପୋଲିସ୍ କହିଛି ଯେ ଅଭିଯୋଗ ମୁତାବକ,ମାମଲା ରୁଜୁ କରାଯାଇଛି। ମହିଳାଙ୍କ ମେଡିକାଲ୍ ତଦନ୍ତ ଜାରି ରହିଛି। ଏହା ସହିତ ଯେଉଁ କର୍ଣ୍ଣଲଙ୍କ ବିରୋଧରେ ଅଭିଯୋଗ ହୋଇଛି,ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରାଯାଉଛି।

ଏହି ମାମଲାର ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଛି ଯାହା କାମରେ ଲାଗିଯାଇଛନ୍ତି। ଏହି ଘଟଣା ୧୦ତାରିଖ ରାତି ପାଖାପାଖି ୯ଟାବେଳେ ହୋଇଛି।

   Related Posts