ବରଗଡ ଏସ୍ ପି ମୁକେଶ ଭାମୁଙ୍କ ବିରୋଧରେ ଡିଆଇଜିଙ୍କୁ ଫେରାଦ ହେଲେ ସାମ୍ବାଦିକ
31/08/2018 at 1:27 PM

ବରଗଡ ଏସ୍ ପି ମୁକେଶ ଭାମୁଙ୍କ ବିରୋଧରେ ଡିଆଇଜିଙ୍କୁ ଫେରାଦ ହେଲେ ସାମ୍ବାଦିକ । ସାମ୍ବାଦିକ ସମ୍ମିଳନୀରେ ଏସ୍ ପି ଦୁର୍ବ୍ୟବହାର କରିବା ସହ ଧକ୍କାମାରି ରୁମରୁ ବାହାର କରିଦେବାକୁ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ସାମ୍ବାଦିକ । ଏମିତିକି ତାଙ୍କ ମୁତାବକ ନ୍ୟୁଜ କରିବାକୁ କୁଆଡେ ବାଧ୍ୟ କରିଥିଲେ । ନହେଲେ ମିଛ କେଶରେ ଫସେଇ ଜେଲ ପଠେଇ ଦେବାର ଧକମ ଦେଇଥିବା ଅଭିଯୋଗ ହୋଇଛି । ଡକାୟତି ମାମଲାରେ ୪ ପୋଲିସ କର୍ମଚାରୀ ଗିରଫ ହେବା ପରେ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ଏସ୍ ପି ମୁକେଶ ଭାମୁ । କିନ୍ତୁ ସେମାନଙ୍କ ଫେଟୋ ଉଠାଇବାକୁ ବାରଣ କରିବା ସହ ସେମାନଙ୍କ ନାଁ କୌଣସିଥିଲେ ଉଲ୍ଲେଖ ନକରିବାକୁ ତାଗିଦ କରିଥିଲେ । ସାମ୍ବାଦିକମାନେ ଏହାର ପ୍ରତିବାଦ କରିବାକୁ ଏସ୍ ପି ଧମକ ଚମକ ଦେବା ସହ ଅଶ୍ଲୀଳଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଆଜି ସାମ୍ବାଦିକ ମାନେ, ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ସାକ୍ଷାତ କରି, ଏସ୍ ପିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ, କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ।