ଅହମଦାବାଦରେ ଓଡିଆଙ୍କୁ ନିର୍ଯାତନା : ପୁଅର ମୃତଦେହ ଆଣିବାକୁ ଯାଇ ବାପା ଅଟକ

Published By : Prameya-News7 Bureau | January 20, 2020 IST

ଅହମଦାବାଦ ୨୦/୧: ନିଜ ପୁଅର ମୃତ ଦେହ ଆଣିବାକୁ ଅହମଦାବାଦ ଯାଇଥିବା ଜଣେ ଓଡିଆଙ୍କୁ ଅଟକ ରଖିଛି ଗୁଜରାଟ ପୋଲିସ । କେବଳ ସେତିକି ନୁହେଁ, ହାଜତରେ ରଖି ନିର୍ଯାତନା ଦେବା ସହ ଜବରଦସ୍ତି ସାଧା କାଗଜରେ ଦସ୍ତଖତ କରି ନେଇଥିବା ଅଭିଯୋଗ ହୋଇଛି ।

ଅହମଦାବାଦ ଶିଳ୍ପାଞ୍ଚଳରେ ଥିବା ଚିରିପାଲ୍ ପଲି ଫିଲ୍ମ କମ୍ପାନୀରେ କାମ କରୁଥିବା ଓଡ଼ିଆ ଶ୍ରମିକ ହରିଶଙ୍କର ଜେନାଙ୍କର ରହସ୍ୟଜନକ ଭାବରେ ଗତ ୧୭ତାରିଖରେ ମୃତ୍ୟୁ ହୋଇଥିଲା । ହରିଶଙ୍କର ଗତ ବର୍ଷେ ହେବ ଏହି କମ୍ପାନୀରେ କାମ କରୁଥିଲେ।  ମୃତ ହରିଶଙ୍କରଙ୍କ ଘର ପୁରୀ ଜିଲ୍ଲା କାକଟପୁର ବ୍ଲକର ନଇଁଗୁଆଁ ଗାଁରେ ।

ପୁଅର ମୃତ୍ୟୁ ଖବର ପାଇ ବାପା ଗୟାଧର ଜେନା ତୁରନ୍ତ ବିମାନଯୋଗେ ଅହମଦାବାଦ ଯାଇଥିଲେ । ତେବେ ତାଙ୍କୁ ପୋଲିସ ହାଜତରେ ଅଟକ ରଖିଛି । ହରିଶଙ୍କରଙ୍କ ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ତାଙ୍କ ସହ କମ୍ପାନୀରେ କାମ କରୁଥିବା ଆଉ ୩ଜଣଙ୍କୁ ମଧ୍ୟ କମ୍ପାନୀ ବାହାର କରି ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.