ମହାତ୍ମା ଗାନ୍ଧିଜୀଙ୍କ ମୃତ୍ୟୁ ତଥ୍ୟକୁ ନେଇ କାହିଁକି ବିବାଦ- କ'ଣ କହିଲେ ମନ୍ତ୍ରୀ ଜାଣନ୍ତୁ

Published By : Prameya-News7 Bureau | November 12, 2019 IST

ଭୁବନେଶ୍ୱର ୧୨।୧୧ - ମହାତ୍ମା ଗାନ୍ଧିଜୀଙ୍କ ମୃତ୍ୟୁ କେମିତି ହୋଇଥିଲା ? ଏହାର ଉତ୍ତର ସମସ୍ତଙ୍କୁ ଜଣା । ନାଥୁରାମ ଗଡସେ ନାମକ ଦୁର୍ବୃତ୍ତ ବାପୁଙ୍କୁ ଗୁଳି କରି ହତ୍ୟା କରିଥିଲା । ତେବେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗାନ୍ଧିଜୀଙ୍କ ମୃତ୍ୟୁକୁ ଆକସ୍ମିକ କହିବାକୁ ନେଇ ଦେଖାଦେଇଛି ବିବାଦ ।

ଜାତିର ଜନକଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିଭାଗ ପକ୍ଷରୁ 'ଆମ ବାପୁଜୀ ଏକ ଝଲକ' ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା । ଯେଉଁଥିରେ ଗାନ୍ଧିଜୀଙ୍କ ଦର୍ଶନ, କଥା ଓ ଜୀବନୀକୁ ଚୁମ୍ବକରେ ସ୍ଥାନିତ କରାଯାଇଛି । ତେବେ ଗାନ୍ଧିଜୀଙ୍କ ମୃତ୍ୟୁ ସମ୍ବନ୍ଧରେ ଲେଖାଯାଇଛି କି, ୩୦ ଜାନୁଆରୀ ୧୯୪୮ ମସିହାରେ ଦିଲ୍ଲୀ ବିରଳା ଭବନରେ ଏକ ଆକସ୍ମିକ ଘଟଣାକ୍ରମେ ଗାନ୍ଧିଜୀଙ୍କ ଦେହାବସାନ ହୋଇଥିଲା । ଏହାକୁ ନେଇ ଦେଖା ଦେଇଛି ବିବାଦ ।

ସୋସିଆଲ ମିଡିଆରେ କିଛି ଏଭଳି ତଥ୍ୟକୁ ନିନ୍ଦା କରିଛନ୍ତି । ବାପୁଙ୍କୁ ନାଥୁରାମ ଗଡସେ ହତ୍ୟା କରିଥିଲେ ବୋଲି କାହିଁକି ଲୁଚା ଗଲା ବୋଲି ପ୍ରଶ୍ନ ଉଠିଛି । ତେବେ ଏ ନେଇ ନ୍ୟୁଜ୭ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ମନ୍ତ୍ରୀ କହିଛନ୍ତି, ହତ୍ୟା ଘଟଣା ଏକ ଆକସ୍ମିକ କଥା ନୁହେଁ କି? ଏଥିରେ କୌଣସି ତ୍ରୁଟି ନାହିଁ । ଶିଶୁ ମାନଙ୍କୁ ହତ୍ୟା ଭଳି ଶବ୍ଦରୁ ଦୂରେଇ ରଖିବାକୁ ଆକସ୍ମିକ ବୋଲି ଲେଖାଯାଇଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.