Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଚୀନ୍‌ରେ ଖେଳାଯାଏ ଭୟଙ୍କର ଖେଳ : ଯିଏ ଅଧିକ ମହୁମାଛି କାମୁଡ଼ା ସହିପରେ ସେ ହୁଏ ବିଜେତା

13/07/2020 at 12:18 PM

ବେଜିଙ୍ଗ ୧୩/୦୭ : ଶାରୀରିକ ସ୍ଫୁର୍ତ୍ତି ପାଇଁ କ୍ରୀଡା ଆବଶ୍ୟକ | ନିଜକୁ ଫିଟ ରଖିବା ପାଇଁ ଏବଂ ସୁସ୍ଥ ରହିବା ପାଇଁ ସାଧାରଣତଃ ଖେଳ ଏବଂ ବ୍ୟାୟାମ ସବୁଠାରୁ ଉତ୍ତମ କସରତ | ନିଜକୁ ଫିଟ ରଖିବା ସହ ସାମାଜିକ ବିକାଶ ଏବଂ ମନୋରଞ୍ଜନ ପାଇଁ ଲୋକେ ଯୁଗ ଯୁଗ ଧରି ଖେଳର ସହର ନେଇଛନ୍ତି | ମନୋରଞ୍ଜନ ପାଇଁ ମଧ୍ୟ ଖେଳ ଏକ ସର୍ବୋତ୍ତମ ମାଧ୍ୟମ ଭାବେ ଗ୍ରହଣ କରାଯାଏ | କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ଖେଳରେ ଆପଣଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଛି ତାହେଲେ ଆପଣ କିଭଳି ପ୍ରତିକ୍ରିୟା ରଖିବେ ?

ଦୁନିଆର ଅନେକ ସ୍ଥାନରେ ଏମିତି କିଛି ବିପଦଜନକ ଖେଳ ଖେଳାଯାଏ ଯାହା ଜୀବନ ପ୍ରତି ବିପଦ ଏବଂ ଏଥିରେ ଜୀବନ ମଧ୍ୟ ଚାଲିଯାଇଥାଏ | ଏହିଭଳି କିଛି ଖେଳରେ ସବୁବେଳେ ଜୀବନ ପ୍ରତି ବିପଦ ରହିଥାଏ | ଏହିଭଳି ଏକ ଖେଳ ସମ୍ପର୍କରେ ଜାଣନ୍ତୁ

କମ୍ପିଟେଟିଭ ବି ୱେରିଙ୍ଗ (Competitive Bee Wearing)

ମହୁମାଛି କେତେ ଭୟଙ୍କର ତାହା ଆମେ ସମସ୍ତେ ଜାଣିଛୁ | ମହୁମାଛି କାମୁଡ଼ିଦେଲେ ମଣିଷ ଛଟପଟ ହୋଇଥାଏ | ମହୁମାଛି ଏତେ ଭୟଙ୍କର ଯେ ତା କାମୁଡାରେ ମଣିଷର ଆତ୍ମା ମଧ୍ୟ ଛଟପଟ ହୋଇଥାଏ |  କିନ୍ତୁ ଚୀନରେ ଏହିଭଳି ଏକ ଖେଳ ଖେଳାଯାଏ ଯେଉଁଥିରେ ମହୁମାଛି କାମୁଡ଼ା ଖାଇବାକୁ ପଡିଥାଏ | ଯିଏ ସବୁଠାରୁ ଅଧିକ ମହୁମାଛି କାମୁଡ଼ା ସହିପରିବ ସେ ବିଜେତା ହେବ | କିମ୍ବା ଯାହା ଶରୀରରେ ସବୁଠାରୁ ଅଧିକ ମହୁମାଛି ବସିବେ ସେ ବିଜେତା ହୋଇଥାନ୍ତି |

ଏହି ଖେଳର କିଛି ନିୟମ ମଧ୍ୟ ରହିଛି | ଯିଏ ଖେଳରେ ଭାଗ ନିଅନ୍ତି ତାଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବାକୁ ପଡିଥାଏ | ହାଫ ପ୍ୟାଣ୍ଟ, ଚଷମା ଓ ନାକରେ ନୋଜ ପ୍ଲଗ ଲଗାଇ ପ୍ରତଯୋଗିଙ୍କୁ ପାଖାପାଖି ଘଣ୍ଟାଏ ଯାଏଁ ମହୁମାଛିମାନଙ୍କ ମଧ୍ୟରେ ଛାଡିଦିଆଯାଏ | ଯିଏ ସବୁଠାରୁ ଅଧିକ ମହୁମାଛିଙ୍କ କାମୁଡ଼ା ସହିପରେ କିମ୍ବା ଯାହା ଶରୀରରେ ସବୁଠାରୁ ଅଧିକ ମହୁମାଛି ବସନ୍ତି ତାଙ୍କୁ ବିଜେତା ଘୋଷିତ କରାଯାଇଥାଏ | ଏହି ଅଜବ ଖେଳରେ ଏବେ ଯାଏଁ ଆମେରିକା ଜଣେ ବ୍ୟକ୍ତିଙ୍କ ଦ୍ୱାରା ୩୯.୫ କିଲୋ ମହୁମାଛି ବସାଇବାର ରେକର୍ଡ ରହିଛି | ଏହି ଆମେରିକୀୟଙ୍କ ରେକର୍ଡ ଏବେ ଯାଏଁ କେହି ଭାଙ୍ଗି ପାରିନାହାନ୍ତି | ଶରୀରରେ ଲକ୍ଷ ଲକ୍ଷ ମହୁମାଛି ବସିଥିବା କଳ୍ପନା କଲାବେଳେ ମଧ୍ୟ ଲୋମ ଟାଙ୍କୁରୀ ଉଠିଛି | 

   Related Posts