Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଗାନ୍ଧି ଜୟନ୍ତୀରେ ରାଜନୀତି – ତିନି ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତା

2/10/2019 at 6:16 PM

ଭୁବନେଶ୍ୱର ୦୨।୧୦ – ଗାନ୍ଧି ଜୟନ୍ତୀରେ ରାଜନୀତି ଜୋର। ଗାନ୍ଧିଙ୍କ ନାଁକୁ ନେଇ ଲୋକଙ୍କ ପାଖରେ  କିଭଳି ଦଳର ମାର୍କେଟିଙ୍ଗ କରିହେବ ସେନେଇ ବିଜେଡି, ବିଜେପି ଓ କଂଗ୍ରେସ ଆଜି  ପ୍ରତିଦ୍ୱନ୍ଦିତା କରିଛନ୍ତି । ଦଳ ଯାକ ପଦଯାତ୍ରା ବାହାର କରିଥିଲେ ।  ଭୁବନେଶ୍ବରର କାରଗିଲ୍‌ ରୋଡରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।  ଏହି ସମୟରେ ନବୀନ ଘୋଷଣା କରିଛନ୍ତି ଦଳ ନୂଆକରି ଗଠନ କରିବ ସାମାଜିକ ସେବା ଶାଖା।ଯାହା ବୃକ୍ଷରୋପଣ, ପରିବେଶ ସଚେତନତା, ରକ୍ତଦାନ, ସ୍ବାସ୍ଥ୍ୟ ସହାୟତା ଆଦି କାର୍ଯ୍ୟକ୍ରମ କରିବ।  ଏଥିରେ ଯୁବକମାନଙ୍କୁ ପ୍ରାଧାନ୍ୟତା ଦିଆଯିବ। ଗାନ୍ଧି ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡିର ଏହି ପଦଯାତ୍ରା ଚାଲିବ। ହେଲେ ଏଥର ଗାନ୍ଧୀ ଜୟନ୍ତୀରେ କେନ୍ଦ୍ର ଅବହେଳା କଥା ଉଠାଇ ନଥିଲେ ନବୀନ। ଏସବୁ କଥା କହିବା ବେଳେ ନବୀନ କହିଛନ୍ତି ଦଳର ସବୁ କାର୍ଯ୍ୟକ୍ରମ ମଧ୍ୟରୁ ତାଙ୍କୁ ବେଶି ଭଲ ଲାଗେ ସମାଜସେବା।

 ଆଗରୁ ଗାନ୍ଧି ଜୟନ୍ତୀରେ ବିଶେଷ କାର୍ଯ୍ୟକ୍ରମ ରଖୁନଥିଲା ବିଜେପି।  ଏବେ କିନ୍ତୁ କଂଗ୍ରେସଠାରୁ ଯେମିତି ଗାନ୍ଧି ବ୍ରାଣ୍ଡ ଛଡାଇ ଆଣିବା ଯୋଜନାରେ ଅଛି ଦଳ।  ସେଥିପାଇଁ ଦେଶବ୍ୟାପୀ ଗାନ୍ଧି ସଂକଳ୍ପ ଯାତ୍ରା କରିଛି ବିଜେପି।  ଓଡ଼ିଶାର ବିଭିନ୍ନ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ଦଳ ପକ୍ଷରୁ ଆଜି ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ତେଲେଙ୍ଗାପୀଠ ସ୍ଥିତ ଗାନ୍ଧି ସ୍ମୃତିସ୍ଥଳରୁ ବିଜେପିର ସଂକଳ୍ପ ଯାତ୍ରା ଆରମ୍ଭ କରିଥିଲେ। ପ୍ଲାଷ୍ଟିକ ବ୍ୟାନ ସହ ଗାନ୍ଧିଙ୍କ ସ୍ବଦେଶୀ, ସ୍ବଚ୍ଛତା, ସ୍ବରାଜ ଆଦି ମନ୍ତ୍ରକୁ ପ୍ରଚାର କରୁଛି ବିଜେପି।…

ଗାନ୍ଧିଙ୍କ ସହ ସବୁବେଳେ ନିଜକୁ ଯୋଡ଼ି ରଖିଥିବା କଂଗ୍ରେସ ଏଥର ବି ଗାନ୍ଧିଙ୍କ ବାର୍ତ୍ତାକୁ ଲୋକଙ୍କ ପାଖକୁ ନେବାକୁ ଜୋରଦାର ପ୍ରୟାସ କରିଛି। ଜନତା ମଇଦାନରୁ ପାର୍ଟି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭୁବନେଶ୍ବରରେ ପଦଯାତ୍ରା କରିଛି ଦଳ।  ପିସିସି ସଭାପତି ଏବଂ ରାଜ୍ୟ ପ୍ରଭାରୀ ସାଲେପୁରରେ ଆଉ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦଳିତ ପରିବାର ଘରେ ଭୋଜନ କରିଛନ୍ତି।  ଜାତିପ୍ରଥା ବିରୋଧରେ ଗାନ୍ଧିଜୀ ଜନ ଆନ୍ଦୋଳନ ସୃଷ୍ଟି କରିଥିଲେ ସେହି ସ୍ମୃତିରେ କଂଗ୍ରେସ ଆଜି ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିଲା।…

ଗାନ୍ଧିଙ୍କ ନାଁରେ ସବୁଦଳର ଏଭଳି ପଦଯାତ୍ରା ଆୟୋଜନ ପଛରେ ଗୋଟିଏ କଥା ହେଉଛି ଯେ ଲୋକଙ୍କ ପାଖରେ ପହଞ୍ଚିବା।  ତେବେ ଏଥର ଅନ୍ୟଦଳକୁ ଆକ୍ଷେପ କଲାଭଳି ମନ୍ତବ୍ୟ ଦେବାରୁ ନିଜକୁ ପ୍ରାୟ ଦୂରେଇ ରଖିଥିଲେ ସବୁଦଳର ନେତା।…  

   Related Posts