ବିଶ୍ୱ ଆଦିବାସୀ ଦିବସରେ ବିଜେପି , ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଜୋରଦାର ପ୍ରତିଯୋଗିତା

Published By : Prameya-News7 Bureau | August 09, 2018 IST

ଭୁବନେଶ୍ୱର ୯/୮ :ଆଜି ବିଶ୍ୱ ଆଦିବାସୀ ଦିବସ । ଆଉ ଏପଟେ ଆଦିବାସୀଙ୍କ ମନ ଜିଣିବା ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ଭିତରେ ଚାଲିଛି ଜୋରଦାର ପ୍ରତିଯୋଗିତା । ତେଣୁ ଆଦିବାସୀ ଦିବସରେ ମୈଦାନକୁ ଓହ୍ଲାଇଛନ୍ତି ୩ ପ୍ରମୁଖ ଦଳ । ଆଜି ଭୁବନେଶ୍ବର ଆଦିବାସୀ ପଡିଆରେ ବିଜେଡି ପ୍ରତିନିଧି ସମାବେଶ ଆୟୋଜନ କରିଛି । ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ହଜାର ପ୍ରତିନିଧି ଯୋଗ ଦେଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା ସବୁ ହାତକୁ ନେଇଛନ୍ତି ତାର ଲମ୍ବା ତାଲିକା ରଖିଛନ୍ତି । ଏହାସହ ପ୍ରତିନିଧି ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଆଜି କ୍ରାନ୍ତି ଦିବସ ହୋଇଥିବାରୁ ଆଦିବାସୀ ଦିବସକୁ ଆଦିବାସୀ ଅଧିକାର କ୍ରାନ୍ତି ଦିବସ ଭାବେ ପାଳନ କରିଛି କଂଗ୍ରେସ । ଏହି ଅବସରରେ ଦଳ ନୂଆ ସ୍ଲୋଗାନ ବି ଦେଇଛି । ଆମେ ଓଡିଆ ଆମେ ଭାରତୀୟ ଏବଂ ଆମେ ଗୋରାଙ୍କ ବିରୋଧରେ ଲଢ଼େଇ କରିଥିଲୁ, ଏବେ ଚୋରଙ୍କ ବିରୋଧରେ ଲଢ଼େଇ କରିବୁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେପଟେ ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ଠାରୁ ଆସିଥିବା ଅନୁଦାନ ହିସାବ ମାଗିଛି ବିଜେପି । ବିଜେପି ପକ୍ଷରୁ ଆୟୋଜିତ ସମାବେଶରେ ରାଜ୍ୟ ସରକାରଙ୍କର ଆଦିବାସୀ ମାରଣା ନୀତିକୁ ସମାଲୋଚନା କରିଛନ୍ତି ବିଜେପି ନେତାମାନେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.