ସାମ୍ବାଦିକଙ୍କ ପାଇଁ ୧୫ଲକ୍ଷ ଟଙ୍କା, କରୋନା ସଂକ୍ରମଣରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ

Published By : Prameya-News7 Bureau | April 27, 2020 IST

ଭୁବନେଶ୍ୱର ୨୭।୦୪: ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କରୋନା ପ୍ୟାକେଜ ଘୋଷଣା ।  କରୋନା ଭାଇରସରେ ଆକ୍ରାନ୍ତ ହୋଇ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ । ସଂକ୍ରମିତ ସାମ୍ବାଦିକଙ୍କ ପରିବାରକୁ  ୧୫ଲକ୍ଷ ଟଙ୍କାର ଅନୁକୂମ୍ପାମୂଳକ ରାଶି ପ୍ରଦାନ କରାଯିବ । ସାରାଦେଶରେ କରୋନା ଭାଇରସ ଭଳି  କଠିନ ସମୟରେ ସାମ୍ବାଦିକମାନେ ନିଷ୍ଠାର ସହ ନିଜର  ଦାୟିତ୍ବ ତୁଲାଉଛନ୍ତି  ।

{"id":260861,"sizeSlug":"large"}

କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି । ଏହି ପ୍ରରିପେକ୍ଷୀରେ କରୋନା ଭାଇରସ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବିଦିକମାନ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଚାଲିଛି । ତେଣୁ କାର୍ଯ୍ୟରତ ସାମ୍ବାଦିକଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.