Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ପାଇଲଟଙ୍କୁ ବିଦା କରିବା ପରେ ଗେହଲଟଙ୍କ ରିଆକ୍ସନ: ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି, ଏହା ବିଜେପିର ଏକ ବଡ ଷଡଯନ୍ତ୍ର ଥିଲା

14/07/2020 at 3:55 PM

ଜୟପୁର ୧୪।୦୭: ରାଜସ୍ଥାନରେ କଂଗ୍ରେସ ସରକାର ବିରୋଧରେ ବିଦ୍ରୋହ କରିଥିବା ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଥମ ଥର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଏହି ସମୟରେ ଅଶୋକ ଗେହଲଟ ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କୁ କ୍ରମାଗତ ଅସ୍ଥିର କରିବାକୁ ଷଡଯନ୍ତ୍ର ଚଳାଉଥିବା ଅଭିଯୋଗ କରିଛନ୍ତି। ଯାହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ‘ଆ ବେଲ ମୁଝେ ମାର’ ଆଭିମୁଖ୍ୟ ସହିତ କାମ କରୁଥିଲେ।

ରାଜ୍ୟରେ ଜାରି ରାଜନୈତିକ ଘଟଣାକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟ ମଙ୍ଗଳବାର ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ବେଳେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ସୂଚନା ରାଜ୍ୟପାଳଙ୍କୁ ଦେଇଛନ୍ତି। ଏହା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ବିଜେପି ଅର୍ଥ ବଳ ଜରିଆରେ ଘୋଡା  ବେପାର ଏବଂ ଏଜେନ୍ସି ଦମରେ ସରକାରଙ୍କୁ ଦୁର୍ବଳ କରିବାକୁ ହୀନ ପ୍ରୟାସ ଜାରି ରଖିଛି। ପ୍ରଥମେ ମଧ୍ୟ ପ୍ରଦେଶରେ ଅର୍ଥବଳ ଏବଂ ବାହୁବଳ  ଜରିଆରେ କଂଗ୍ରେସ ସରକାରକୁ ଭାଙ୍ଗିଲେ ଏବଂ ଏବେ ରାଜସ୍ଥାନରେ ପ୍ରୟାସ ଚଳାଇଛନ୍ତି।

ଅଶୋକ ଗେହଲଟ କହିଛନ୍ତି, ବିଜେପିର ଉଦ୍ଦେଶ୍ୟ ପୂରା ହେବାକୁ ଦିଆଯିବ ନାହିଁ। ସଚିନ ପାଇଲଟଙ୍କୁ ନେଇ ସେ କହିଛନ୍ତି ଯେ ପାର୍ଟି ପକ୍ଷରୁ ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଗଲା। ଆଜିର ବୈଠକ ତାଙ୍କ ପାଇଁ ହିଁ ରଖାଯାଇଥିଲା, ହେଲେ ସଚିନ ପାଇଲଟ୍ ଏବଂ ତାଙ୍କ ଗୋଷ୍ଠୀର ଜଣେ ହେଲେ ବିଧାୟକ ଆସିଲେ ନାହିଁ। କିଛି ନେତା ଚାହୁଁଥିଲେ, ମାତ୍ର ଆସି ପାରିଲେ ନାହିଁ ବୋଲି ଗେହଲଟ କହିଛନ୍ତି।

ଗେହଲଟ ଏହା ମଧ୍ୟ ଅଭିଯୋଗ କରିଛନ୍ତି, ରିସର୍ଟଠୁ ନେଇ ବିଦ୍ରୋହ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ବିଜେପି ପକ୍ଷରୁ କରାଯାଉଛି। ଜନତା ଆମ ଉପରେ ଆସ୍ଥା ପ୍ରକଟ କରି ନିର୍ବାଚିତ କରିଛନ୍ତି ମାତ୍ର ବିଜେପି ଏହାକୁ ସ୍ଵୀକାର କରି ପାରୁନାହିଁ। ଯାହାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା ତାଙ୍କୁ ନେଇ ଆମେ ଖୁସି ନୁହେଁ। ମାତ୍ର ତାଙ୍କ ଆଭିମୁଖ୍ୟ ‘ଆ ବେଲ ମୁଝେ ମାର’ ରହି ଆସିଛି। ସଚିନ ପାଇଲଟ ବିଜେପିର ମୋହରା ପାଲଟିଛନ୍ତି। ଆଜି ଯାହା ବି କିଛି ଘଟିଛି ସେଥିପାଇଁ ବିଜେପି ଦାୟୀ ବୋଲି ସେ କହିଛନ୍ତି।

   Related Posts