ଚୀନ୍‌ ହେଉଛି କାଗଜ ବାଘ, କିନ୍ତୁ ଭାରତ ଭୂମି ଓ ଆକାଶରେ ଦକ୍ଷ : କେଉଁ ଦେଶର କେତେ ଶକ୍ତି, କେତେ କ୍ଷମତା ?

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ ୧୯।୦୬:  ଗଲଓ୍ୱାନ ଘାଟିକୁ ନେଇ ଚୀନ୍‌-ଭାରତ ମୁହାଁମୁହିଁ ।  ପୂର୍ବ ଲଦାଖରେ ହୋଇଥିବା ହିସାଂତ୍ମକ ଘଟଣାକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଯୁଦ୍ଧର ପରିସ୍ଥିତି ଦେଖାଦେଇଛି । ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧର କଳା ବାଦଲ ଖେଳିଯାଇଛି । ଯେକୌଣସି ପରିସ୍ଥିତିରେ କିଛି ବି ହୋଇପାରେ ,  ଯାହାକୁ ନେଇ ସୀମାରେ ବହୁତ ଉତ୍ତେଜନା ଦେଖାଦେଇଛି । ଚୀନ୍‌ର ଆକ୍ରତ୍ମକତାର ଜବାବ ଦେବା ପାଇଁ  ଭାରତ ପ୍ରସ୍ତୁତ ରହିଛି ।  ଚୀନ୍‌ ଭାଷାରେ ଚୀନ୍‌କୁ ଜବାଜ ଦେବା ପାଇଁ ଭାରତ ରଣନୀତି ପ୍ରସ୍ତୁତ କରିଛି । ଏହାକୁ ଦେଖି ଯୁଦ୍ଧର ଆଶଙ୍କାକୁ ଆଡେଇ ଦିଆଯାଇପାରିବ ନାହିଁ । ଏହଭଳି ସ୍ଥିତିରେ ଦୁଇ ଦେଶର ସାମରିକ ଓ ସୈନ୍ୟ କ୍ଷମତାକୁ ବିଷୟରେ ଜାଣିବା ନିହାତି ଜରୁରୀ । କାଗଜ କଲମରେ ଚୀନ୍‌ ଆଗୁଆ ଥିଲେ ମଧ୍ୟ ରଣକ୍ଷେତ୍ରରେ ତାହା ଭିନ୍ନ ପରିଚୟ ସୃଷ୍ଟି କରିଥାଏ । ଦେଖିବାକୁ ଗଲେ ଚୀନ୍‌ ପାଖରେ ଅଧିକ ଅସ୍ତ୍ରଶସ୍ତ୍ର ଓ ସୈନ୍ୟବଳ ରହିଛି । କିନ୍ତୁ ବାସ୍ତବରେ ଅଧିକ ଲୋକ ଓ ଅଧିକ ଅସ୍ତ୍ରଶସ୍ତ୍ର ବଳୟରେ ଯୁଦ୍ଧ ଜିତିହୁଏ ନାହିଁ । ଯୁଦ୍ଧ ଜିତିବାକୁ ହେଲେ ସାହାସ ଥିବା ଦରକାର । ଯୁଦ୍ଧ କ୍ଷେତ୍ରରେ ଲଢେଇ କରିବାର ସାମର୍ଥ୍ୟ ଓ ଅଭିଜ୍ଞତା ଥିବା ଆବଶ୍ୟକ । ଯେଉଁ ଅଞ୍ଚଳରେ ଯୁଦ୍ଧର କାଳବାଦାଲର ଛାୟା ଘେରିରହିଛି । ସେହି ଅଞ୍ଚଳରେ ଭାରତ ଯୁଦ୍ଧ କରିବାରେ ପାରଙ୍ଗମ । ପାହାଡ ଓ ଦୁର୍ଗମ ଅଞ୍ଚଳରେ ଯୁଦ୍ଧ କରିବାରେ ଭାରତ ଅଧିକ କ୍ଷମତା ରହିଛି । କିନ୍ତୁ ଚୀନ୍‌ ଏହି ମାମଲାରେ ଭାରତ ଠାରୁ ବହୁ ପଛରେ । ଏହି ଅଞ୍ଚଳରେ ମଧ୍ୟ ଭାରତୀୟ ବାୟୁସେନାର ସ୍ଥିତି ବହୁତ ମଜବୁତ ରହିଛି । ଚୀନ୍‌ ବାୟୁସେନା ଏହି ଅଞ୍ଚଳରେ ବହୁତ ଦୁର୍ବଳ ରହିଛି ।

ଭାରତ-ଚୀନ୍‌ ମଧ୍ୟରେ ବିବାଦର ଇତିହାସ-

ଭାରତ ଓ ଚୀନ୍‌ ମଧ୍ୟରେ ୩,୪୮୮୮ କିମି ଲମ୍ବା ସୀମାକୁ ନେଇ ବିବାଦ ରହିଛି । LACକୁ ଦୁଇ ଦେଶ ମଧ୍ୟରେ ଅଲଗା ଅଲଗା ପ୍ରକାରର ଦାବି କରିଛନ୍ତି । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ଲାଗିରହିଛି । LACରେ ଏପରି ଅନେକ ସ୍ଥାନ ରହିଛି , ଯାହାକୁ ଉଭୟ ଦେଶ ନିଜ ନିଜର ବୋଲି କରୁଛନ୍ତି । ଚୀନ୍‌ ଓ ତିବ୍ଦତର ପ୍ରତିନିଧି ୧୯୧୪ରେ ଶିମ୍‌ଲାରୁ ମିଳିଥିବା ଓ ତିବ୍ଦତର ଷ୍ଟାଟସକୁ ନେଇ ଏକ ବୁଝାମଣା ହୋଇଥିଲା । ପ୍ରଥମେ ପ୍ରଥମେ ଏହି ବୁଝାମଣାକୁ ଚୀନ୍‌ ମାନିଥିଲା । କିନ୍ତୁ ପରେ ଆଉ ମାନିଲାନି । ଏପରିକି ୧୯୬୨ ପରେ ଚୀନ୍‌ କୌଣସି ପରିସ୍ଥିତିରେ ଏହା ବୁଝାମଣାକୁ ମାନିବାକୁ ରାଜି ହୋଇନଥିଲା । ଚୀନ୍‌ ସବୁବେଳେ ଭାରତ ଉପରେ ଆକ୍ରମଣ ରୂପ ଦେଖାଇବା ଆରମ୍ଭ କରିଥିଲା ଏବଂ ଅକ୍‌ସାଇ ଚୀନ୍‌ର କିଛି ଅଞ୍ଚଳ ଉପରେ କବ୍‌ଜା କରିନେଇଥିଲା ।  ଲଦାଖର କିଛି ଅଂଶ ଏବେ ଚୀନ୍‌ କବ୍‌ଜାରେ ରହିଛି । ସେ ଏହାକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି । ଏତିକି ନୁହେଁ ଅରୁଣାଚଳ ପ୍ରଦେଶର କିଛି ଅଂଶ ମଧ୍ୟ ତାର ବୋଲି ଚୀନ୍‌ ସର୍ବଦା ଦାବି କରିଆସିଛି ।  

{"id":288421,"sizeSlug":"large"}
ସୌଜନ୍ୟ- https://www.livemint.com

କଣ ରହିଛି ଦୁଇ ଦେଶ ମଧ୍ୟରେ ପାର୍ଥକ୍ୟ-

ଦୁଇ ଦେଶର ରକ୍ଷା ବଜେଟ ତୁଳନା କରିବାକୁ ଗଲେ ଚୀନ୍‌ ଭାରତ ଠାରୁ ବହୁ ଆଗରେ ରହିଛି । ୨୦୧୯ରେ ଚୀନ୍‌ର  ରକ୍ଷା କ୍ଷେତ୍ରରେ ୨୧୬ଅରବ ଡଲାଇ ଖର୍ଚ୍ଚ କରିଥିବା ବେଳେ ଭାରତ ରକ୍ଷା ବଜେଟରେ ୭୧.୧ ଆରବ ଡଲାର ଖର୍ଚ୍ଚ କରିଛି । ଚୀନ୍‌ ପାଖରେ ଯଦିଅ ଅଧିକ  ଅସ୍ତ୍ରଶସ୍ତ୍ର ରହିଛି ,କିନ୍ତୁ ସେନା ଭାରତ ପାଖରେ ଅଧିକ ରହିଛନ୍ତି ।   ଭାରତ ପାଖରେ ଅତିକମ୍‌ରେ ୨ଲକ୍ଷ ୨୫ହଜାର ସ୍ଥଳସେନା ରହିଛନ୍ତି । ତେବେ ଚୀନ୍‌ ପାଖରେ ୨ଲକ୍ଷ ୩୦ହଜାର ଭିତରେ ସ୍ଥଳସେନା ରହିଛନ୍ତି । ଭାରତର ସମୁଦାୟ ସୈନ୍ୟ ସଂଖ୍ୟା ୩୪ଲକ୍ଷ ଥିବା ବେଳେ ଚୀନ୍‌ ପାଖରେ ୨୭ ଲକ୍ଷ ସୈନ୍ୟ ରହିଛନ୍ତି । ହାବର୍ଡ ସ୍କୁଲ ବେଲଫର ସେଣ୍ଟର ଫର ସାଇନ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ୍‌ର ମୁତାବିକ , ଭାରତୀୟ ବାୟୁସେନା ଚୀନ୍‌ ଠାରୁ ଅଧିକ ଶକ୍ତିଶାଳୀ ରହିଛି । ଭାରତ ପାଖରେ ମିରାଜ ୨୦୦୦ ଓ ସୁଖୋଇ Su-୩୦ଭଳି ଅତ୍ୟାଧୁନିକ ଫାଇଟର୍‌ ଜେଟ୍‌ ରହିଛି । ସେପଟେ ଚୀନ୍‌ ପାଖରେ J10, J11 ଏବଂ Su-୨୭ ଭଳି ଯୁଦ୍ଧ ବିମାନ ରହିଛି । ଯାହାକି ଭାରତୀୟ ବିମାନ ତୁଳନାରେ କମ୍‌ କ୍ଷମତାସଂପନ୍ନ ବୋଲି ମନେ କରାଯାଉଛି । ଭାରତ ପାଖରେ ସମସ୍ତ ପାଗରେ ଲଢେଇ କଲା ଭଳି ଦକ୍ଷତା ରହିଛି । କିନ୍ତୁ ଚୀନ୍‌  ବିମାନ ପାଖରେ ସେ କ୍ଷମତା ନାହିଁ । ଚୀନ୍‌ J-10 ପାଖରେ କେବଳେ ଏହି କ୍ଷମତା ରହିଛି ।

ଚୀନ୍‌ ଅପେକ୍ଷା ଭାରତର ଅଧିକ ଅନୁଭୁବ-

ଚୀନ୍‌ର ମୁକାବିଲାରେ ଭାରତୀୟ ସେନା ପାଖରେ ଯୁଦ୍ଧର ଅଧିକ ଅନୁଭବ ରହିଛି । ଭାରତ ଗତ କିଛି ବର୍ଷ  ମଧ୍ୟରେ ପଡୋଶୀ ପାକିସ୍ତାନ ସହିତ ଅନେକ ଯୁଦ୍ଧ ଲଢିସାରିଛି । ପାକିସ୍ତାନ ସହ ହୋଇଥିବା ସମସ୍ତ ଯୁଦ୍ଧରେ ଭାରତ ମଧ୍ୟ ବିଜୟୀ ହୋଇଛି । ଚୀନ୍‌ ନିକଟରେ ଯୁଦ୍ଧର ଅଭିଜ୍ଞତା ନାହିଁ । ଚୀନ୍‌ ନିଜର ଶେଷ ଯୁଦ୍ଧ  ଭିଏତନାମ ବିରୋଧରେ ଲଢିଥିଲା । ଯାହାକି ୧୯୭୯ରେ ହୋଇଥିଲା । ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ହେଲା ଚୀନ୍‌ କୌଣସି ଯୁଦ୍ଧ ଲଢିନାହିଁ । ସେହିପରି ଉଚ୍ଚ ପାର୍ବତୀୟ କ୍ଷେତ୍ରରେ ଯୁଦ୍ଧ ଲଢିବାରେ ଅଭିଜ୍ଞତା ଭାରତ ପାଖରେ ଯଥେଷ୍ଟ ରହିଛି ।  ଭାରତ ଚୀନ୍‌ ସୀମାକୁ ଲାଗି ଅନେକ ଏୟାରବେସ୍‌ ପ୍ରସ୍ତୁତ କରିଛି । ଯେଉଁଠାରୁ ଯୁଦ୍ଧ ବିମାନ ତୁରନ୍ତ ଉଡାଣ ଭରିପାରିବ । କିନ୍ତୁ ଚୀନ୍‌ ତିବ୍ଦତ ଓ ସିନାଚିଆଙ୍ଗ ପ୍ରାନ୍ତରେ ଚୀନ୍‌ ଏୟାରବେସ୍‌ ବହୁ ଉପରେ ରହିଛି । ଯାହାକି ଉଡାଣ ଭରିବା ସମୟରେ ଅନେକ ଅସୁବିଧା ସମ୍ମୁଖୀନ ହେବାକୁ ପଡିବ । ଯୁଦ୍ଧ ପରିସ୍ଥିତିରେ ଯଦି ପାଗ ଖରାପ ହୋଇଯାଏ , ତେବେ ଚୀନ୍‌ର ଅଧିକାଂଶ ଯୁଦ୍ଧ ବିମାନ ଉଡାଣ ଭରିବାରେ କଷ୍ଟକର ହେବ । ଭାରତ ନିଜ ବେସ୍‌ ସୀମାଠାରୁ କମ୍‌ ଦୂରତାରେ ପ୍ରସ୍ତୁତ କରିଛି । ଯାହାଦ୍ୱାରା କି ସଞ୍ଚାର ପ୍ରଣାଳୀ ଓ ବାୟୁ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇପାରିବ । ଚୀନ୍‌ ଏୟାରଫୋର୍ସ ଅଞ୍ଚଳରେ ୮ଟି ବେସ୍‌ ରହିଛି । ସେଥିମଧ୍ୟରୁ ଅଧିକାଂଶ ବେସମାରିକ ଏୟାରଫିଲ୍ଡ ରହିଛି ।

ଦୁଇ ଦେଶ ପରମାଣୁ ସଂପନ୍ନ ରାଷ୍ଟ୍ର ହୋଇଥିବା ପରେ ମଧ୍ୟ ବୈଷୟିକ ଓ ଟେକ୍ଟୋଲୋଜି ଏବଂ ନୂତନ ଅସ୍ତ୍ରଶସ୍ତ୍ରର କଥା ଆସିଲେ ଚୀନ୍‌ ବହୁ ଆଗରେ ରହିଛି । ଚୀନ୍‌ର ଅର୍ଥବ୍ୟବସ୍ଥା ଭାରତୀୟ ଅର୍ଥବ୍ୟବସ୍ଥାଠାରୁ ୫ଗୁଣା ଅଧିକା । କିନ୍ତୁ ଭାରତ  ଆମେରିକା, ଜାପାନ, ଫ୍ରାନ୍ସ ଓ ଅଷ୍ଟ୍ରେଲିଆ ସହିତ ଯୁଦ୍ଧାଭ୍ୟାସ କରୁଛି ।  ଯୁଦ୍ଧ କ୍ଷେତ୍ରର ପ୍ରକୃତ ଚିତ୍ର  ଓ ଗୋଇନ୍ଦା ତଥ୍ୟ ଆଦାନପ୍ରଦାନ ନେଇ ଭାରତକୁ ଆମେରିକା ସବୁବେଳେ ସହଯୋଗ କରୁଛି । ବର୍ତ୍ତମାନ ସମୟରେ ଚୀନ୍‌ ତାର ଚାରିପଟେ ଥିବା ସମସ୍ତ ଦେଶ ସହିତ ବିବାଦ ଲାଗିରହିଛି । ସେମାନଙ୍କ ମଧ୍ୟରେ ଆମେରିକା, ଅଷ୍ଟ୍ରେଲିଆ, ଭିଏତନାମ୍‌ ମଧ୍ୟ ସାମିଲ ରହିଛି । କେବେଳ ଏତିକି ନୁହେଁ କରୋନାକୁ ନେଇ ଚୀନ୍‌ ଏବେ ସାରାବିଶ୍ୱ ଘେରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.