ଓମିକ୍ରନ୍‌କୁ ଚିହ୍ନଟ କରିବ ଆମେରିକୀୟ କମ୍ପାନୀ, ପ୍ରଥମ ଟେଷ୍ଟରେ ହିଁ ସଠିକ୍‌ ରେଜଲ୍ଟ

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ ୩୦।୧୧: ସାରାବିଶ୍ୱକୁ ଘାରିଛି କରୋନା ଚିନ୍ତା । ଡେଲ୍‌ଟା ପରେ ଓମିକ୍ରନ୍‌ ଭାରିଆଣ୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା କରୋନାର ଏହି ଭାରିଆଣ୍ଟ ଏବେ ସାରାବିଶ୍ୱକୁ ଡରାଇବାରେ ଲାଗିଛି । ବିଶ୍ୱର ଅନେକ ଦେଶ ଏହି ଭାରିଆଣ୍ଟ କବଳରେ ଆସିସାରିଛି । ତେବେ ଏସବୁ ଭିତରେ ଆମେରିକୀୟ କମ୍ପାନୀ ପକ୍ଷରୁ ଆସିଛି ଆଶ୍ୱସ୍ତି ଖବର ।

ଆମେରିକୀୟ କମ୍ପାନୀ ଥର୍ମୋ ଫିସର ସାଇଣ୍ଟିଫିକ୍‌ ଆଇଏନ୍‌ସି ଏକ ଟେଷ୍ଟ କିଟ୍‌ ପ୍ରସ୍ତୁତ କରିଛି । ଏହି ଟେଷ୍ଟ କିଟ୍‌ ଦ୍ୱାରା  ହିଁ ପ୍ରଥମ ଥରରେ ଓମିକ୍ରନ୍‌ର ଭାରିଆଣ୍ଟର ସଠିକ୍‌ ତଥ୍ୟ ମିଳିପାରିବ । କରୋନାର ଏହି ନୂତନ ଭାରିଆଣ୍ଟ ଚିହ୍ନଟ ଦିଗରେ ଏହି ଟେଷ୍ଟ କିଟ୍‌ ବହୁତ ଉପଯୋଗୀ ସାବ୍ୟସ୍ୟ ହେବ ବୋଲି କମ୍ପାନୀ ପକ୍ଷରୁ ମଧ୍ୟ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ଓମିକ୍ରନ୍‌ ଭାରିଆଣ୍ଟ ଲାଗି ସାରାବିଶ୍ୱରେ ପୁଣି ଥରେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ଭାଇରସର ନୂତନ ପ୍ରକାର B.1.1.529 (ଓମିକ୍ରନ୍) ଦୁନିଆ ସାମ୍ନାରେ ଏକ ନୂଆ ସମସ୍ୟା ସୃଷ୍ଟି କଲାଣି । WHO ଏହି ବିଷୟରେ ଚିନ୍ତା ପ୍ରକଟ କରିଛି ଏବଂ ଏହାକୁ ଏକ “ଭାରିଆଣ୍ଚି ଅଫ୍ କର୍ସନ” ଭାବରେ ତାଲିକାଭୁକ୍ତ କରିଛି ।

ତେବେ ଏହି ଭାରିଆଣ୍ଟର ଭୟାବହତାକୁ ଦେଖି ଅନେକ ଦେଶା ଦକ୍ଷିଣ ଆଫ୍ରିକାକୁ ଅନେକ ଦେଶ ନିଜ ନିଜର ବିମାନ ଉଡାଣ ରଦ୍ଦ କରିଦେଇଛନ୍ତି । ଏପରିକି ଦେଶକୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀଙ୍କୁ କଟକଣାରେ ରହିବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.