କରୋନା ଭାଇରସକୁ ନେଇ detol ଦେଲେ ସ୍ପଷ୍ଟିକରଣ, ଜାଣନ୍ତୁ କହିଛନ୍ତି କ'ଣ?

Published By : Prameya-News7 Bureau | February 02, 2020 IST

ଚୀନରେ କରୋନା ଭାଇରସ ଏବେ ମୃତ୍ୟୁର ଅନ୍ୟନାମ ପାଲଟିଯାଇଛି।  ଭୂତାଣୁ ସଂକ୍ରମିତ ଶହଶହ ଲୋକ ପ୍ରାଣ ହରାଉଥିବା ବେଳେ ହଜାର ହଜାର ଲୋକେ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି। ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଏବେ ଡାକ୍ତର, ବୈଜ୍ଞାନିକଙ୍କ ଲାଗି ଆହ୍ୱାନ ପାଲଟିଛି। ଏଥିରେ ଏକ ଗୁଜବ ଏବେ ସମସ୍ତଙ୍କୁ ତାଜ୍ଜୁବ କରିଛି। ହାତ ଧୋଇବା ଓ କ୍ଷତ ସଫା କରିବା ଲାଗି ସାଧାରଣରେ ବ୍ୟବହାର ହେଉଥିବା ଡେଟଲ ସିଞ୍ଚିଲେ ଭୂତାଣୁ ନିୟନ୍ତ୍ରିତ ହେବ ବୋଲି ପ୍ରଚାରିତ ହେଉଛି। ଗୁଜବ ଏମିତି ରଟିଛି ଯେ ଶେଷରେ ବାଧ୍ୟ ହୋଇ କମ୍ପାନୀକୁ ସ୍ପଷ୍ଟିକରଣ ଦେବାକୁ ପଡିଛି।

{"id":219357,"width":578,"height":406,"sizeSlug":"large"}

ୱାର୍କସାୟରସ୍ଥିତ ଡେଟଲ କମ୍ପାନୀ ଏକ ବିବୃତ୍ତି ଜାରି କରି ଆମେ ଲୋକଙ୍କୁ ଏପରି ପରାମର୍ଶ ଦେଇ ପାରିବୁନି ଯେଉଁଥିରେ ଏହି ଲିକ୍ୱିଡ ସ୍ପ୍ରେ ଭୂତାଣୁ ନିୟନ୍ତ୍ରଣରେ ସହାୟକ ହେବ। କାହିଁକି ନା ଏପର୍ଯ୍ୟନ୍ତ ଆମେ ଏଭଳି କୌଣସି କାରଣ ଖୋଜି ପାଇନୁ। ଏଣୁ ଡେଟଲ ଭରସାରେ ଲୋକଙ୍କୁ ନ ରହିବାକୁ କୁହାଯାଇଛି। ଚୀନରେ ଏପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ଯୋଗୁ ୨୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି।

{"id":219358,"width":577,"height":396,"sizeSlug":"large"}

ସଂକ୍ରମଣ ବେଳକୁ ବେଳ ଉଗ୍ର ହେଉଥିବାରୁ ସରକାର ଏବେ ଦେଶରେ ବିବାହ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। କେବଳ ଏତିକି ନୁହେଁ ଏବେ ଚୀନର ବିଭିନ୍ନ ସହରରେ ଲୋକଙ୍କୁ ରାସ୍ତାରେ ଚାଲୁଚାଲୁ ମରୁଥିବାର ବି ଦେଖାଗଲାଣି। ଏଥିରୁ ଭୂତାଣୁ ସଂକ୍ରମଣର ଭୟାବହତାକୁ ସହଜରେ ଅନୁମାନ କରାଯାଇପାରେ। ଏଥିରେ ଲୋକେ ଜୀବନ ବଞ୍ଚାଇବା ଲାଗି ଜାହା ଶୁଣୁଛନ୍ତି ତାହା କରିବାରେ ଲାଗିଯାଇଛନ୍ତି । ଏଥିରେ ଡେଟଲ ଗୁଜବ ଯୋଗୁ ଲୋକେ ରହୁଥିବା ଘରେ ଡେଟଲ ସିଞ୍ଚନ କରି ସେଲ୍ଫ କ୍ୱାରେଣ୍ଟାଇନରେ ଥିବା କହୁଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.