Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ରକ୍ତରେ ଭାସିଲା କମ୍ପାନୀ ବୋର୍ଡ୍ ମିଟିଂ, ୨ ଅଫିସରଙ୍କୁ ଗୁଳିକରି ଆତ୍ମହତ୍ୟା କଲେ ନିର୍ଦ୍ଦେଶକ

12/03/2020 at 7:32 PM

ନୋଏଡା, ୧୨|୦୩: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ଏକ କମ୍ପାନୀର ଜଣେ ବରିଷ୍ଠ ନିର୍ଦ୍ଦେଶକ ବୋର୍ଡ ମିଟିଂରେ ଅନ୍ୟ ୨ ନିର୍ଦ୍ଦେଶକଙ୍କୁ ଗୁରୁବାର ଗୁଳି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ୟୁପି ଟେଲିଲିଙ୍କସ୍ ଲିମିଟେଡର ନିର୍ଦ୍ଦେଶକ ପ୍ରଦୀପ ଅଗ୍ରଓ୍ୱାଲ କମ୍ପାନୀର ଅନ୍ୟ ୨ ନିର୍ଦ୍ଦେଶକଙ୍କୁ ଗୁଳି କରିଥିଲେ। ମୃତକମାନେ ହେଲେ ନରେଶ ଓ ରାକେଶ। ଏନେଇ ଗ୍ରେଟର ନୋଏଡାର ଡିସିପି ହରୀଶ ଚନ୍ଦ୍ର ସୂଚନା ଦେଇଛନ୍ତି।

ପ୍ରଥମେ ପ୍ରଦୀପ ୨ଜଣ ସହକର୍ମୀଙ୍କୁ ଗୁଳି କରିବା ପରେ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଥିଲେ।  ଏହି ଘଟଣା ଦିଲ୍ଲୀରୁ ୬୦ କିମି ଦୂର ବଦଲାପୁର ଅଞ୍ଚଳରେ ଘଟିଛି। ଏମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ଆଉଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୩ଜଣ ନିର୍ଦ୍ଦେଶକଙ୍କ ମଧ୍ୟରେ ବୋର୍ଡ୍ ମିଟିଂରେ କୌଣସି ବଚସା ହୋଇଥିଲା। ଯାହାର ପରିଣାମ ସ୍ୱରୂପ ଏହା ଘଟିଛ ବୋଲି ପୋଲିସ କହିଛି।

ୟୁପି ଟେଲିଲିଙ୍କସ୍ ଲିମିଟେଡ୍ କମ୍ପାନୀ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହା ତାର, କେବୁଲ ଓ ବ୍ୟାଟେରୀ ଚାଳିତ ଗାଡି ଆଦି ତିଆରି କରିଥାଏ। କମ୍ପାନୀର ଗାଜିଆବାଦ ଓ ରୁଦ୍ରପ୍ରୟାଗରେ ମଧ୍ୟ ପ୍ଲାଣ୍ଟ୍ ରହିଛି।

   Related Posts