Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକଡାଉନରେ ନିଜ ଭିଟାମାଟିକୁ ଫେରିଥିଲେ ଶ୍ରମିକ: ଏବେ ପୁଣି ସେମାନଙ୍କୁ ବିମାନ ଟିକେଟ ଦେଇ ଡାକୁଛନ୍ତି ବଡ ବଡ କମ୍ପାନୀ

26/08/2020 at 2:20 PM

ରାଞ୍ଚି ୨୬/୦୮ : କରୋନା ମହାମାରୀ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ପରେ ଝାରଖଣ୍ଡରୁ ପଳାୟନ କରିଥିବା ପ୍ରବାସୀ ବର୍ତ୍ତମାନ ମହାନଗରୀ ମୁହାଁ | ମହାନଗରୀରୁ ବଡ ବଡ କମ୍ପାନୀ ଏହି ପ୍ରବାସୀ ଶ୍ରମିକଙ୍କୁ ବିମାନ ଟିକେ ପଠାଇ ତାଙ୍କୁ କାମ ପାଇଁ ଡାକୁଛନ୍ତି | ପ୍ରତ୍ୟକ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରମିକ ମହାନଗରୀ ଯାଉଛନ୍ତି | ଏଥିପାଇଁ ବିମାନବନ୍ଦରରେ ଶ୍ରମିକଙ୍କ ଭିଡ ଲାଗିରହୁଛି | ଏହି ଶ୍ରମିକମାନେ ମୁମ୍ବାଇ, ଦିଲ୍ଲୀ ଏବଂ ଅନ୍ୟାନ୍ୟ ମହାନଗରୀକୁ ଯାଉଛନ୍ତି | ରାଞ୍ଚି ବିମାନବନ୍ଦରରୁ ମୁମ୍ବାଇ ଯାଉଥିବା ଶ୍ରମିକମାନେ କହିଛନ୍ତି ଯେ ସେମାନଙ୍କୁ ମାସିକ ବେତନ ବଦଳରେ ଦୈନିକ ମଜୁରୀ ଅନୁଯାୟୀ କାମ ଦିଆଯାଉଛି | କୌଶଳ ଓ ଦକ୍ଷତା ଅନୁଯାୟୀ ମଜୁରୀ ଧାର୍ଯ୍ୟ କରାଯାଇଛି | ସାମାନ୍ୟ ଶ୍ରମିକଙ୍କ ପାଇଁ ଦୈନିକ ୪୦୦ ରୁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି | ଦକ୍ଷ ଶ୍ରମିକଙ୍କ ପାଇଁ ଦୈନିକ ୭୦୦ ଟଙ୍କା ମଜୁରୀ ଧାର୍ଯ୍ୟ କରାଯାଇଛି |

ଝାରଖଣ୍ଡ ପଲାମୁ, ହଜାରୀବାଗ, ସିଂହଭୂମି, ଗଡବା ଓ ସଂଥାଳ ସମେତ ଅନ୍ୟ ଜିଲ୍ଲାରୁ ଶ୍ରମିକ ମହାନଗରୀ ଯିବା ପାଇଁ ପ୍ରତିଦିନ ରାଞ୍ଚି ବିମାନବନ୍ଦରରେ ଭିଡ ଜମାଉଛନ୍ତି | ନିଜ ଆଖପାଖ ଅଞ୍ଚଳରେ ରୋଜଗାର ନ ମିଳିବାରୁ ଶ୍ରମିକମାନେ ମହାନଗରୀ ପଳାୟନ କରୁଛନ୍ତି ବୋଲି କହିଛନ୍ତି | କିନ୍ତୁ ଏତେ କମ ଟଙ୍କାରେ ମୁମ୍ବାଇ ଦିଲ୍ଲୀ ଭଳି ମହାନଗରୀରେ ସେମାନେ କିଭଳି ଗୁଜୁରାଣ କରିବେ ତାହା ମଧ୍ୟ ଚିନ୍ତାର ବିଷୟ |

ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରମିକ ଯୋଜନା ସମେତ ଅନ୍ୟ ଯୋଜନା ଆରମ୍ଭ କରିଥିଲେ | ଏହାଛଡା ମନରେଗା ଯୋଜନା ସହ ମଧ୍ୟ ଶ୍ରମିକଙ୍କୁ ସଂଯୋଗ କରିବାକୁ ଆରମ୍ଭ କରାଯାଇଥିଲା | କିନ୍ତୁ ତାର କୌଣସି ଫାଇଦା ଶ୍ରମିକଙ୍କୁ ମିଳୁଥିବା ଭଳି ଜଣାପଡ଼ୁନାହିଁ |

କିଛି ମାସ ପୂର୍ବରୁ ସାରା ଦେଶରେ ଶ୍ରମିକ ଅନେକ ସଂଘର୍ଷ ପରେ ନିଜ ନିଜ ଭିଟାମାଟିକୁ ଫେରିଥିଲେ | ହଜାର ହଜାର ଶ୍ରମିକ ମହାନଗରୀରୁ ଚାଲି ଚାଲି କିମ୍ବା ସାଇକଲ ଯୋଗେ ନିଜ ଘରକୁ ଫେରିଥିଲେ | କିନ୍ତୁ ସମୟ ଆଜି ପୁଣି ସେମାନଙ୍କୁ ସେହି ସ୍ଥାନକୁ ଫେରିଯିବାକୁ ବାଧ୍ୟ କରିଛି ଯେଉଁଠାକୁ ସେମାନେ ଏତେ କଷ୍ଟ କରି ଯାଇଥିଲେ | ନିଜ ଗାଁରେ ମଧ୍ୟ କାମ ନ ପାଇ ସେହି ଶ୍ରମିକମାନେ ଆଜି ମହାନଗରୀକୁ ଫେରିବା ପାଇଁ ବାଧ୍ୟ ହୋଇଯାଉଛନ୍ତି |

   Related Posts