ସେବେ ରଖିଲେନି ଏବେ ଖୋଜୁଛନ୍ତି, ଶ୍ରମିକଙ୍କ ଡିମାଣ୍ଡ୍ ଢେର୍ : ଫ୍ଲାଇଟ୍ ଟିକେଟ୍ ସହ ରହିବା, ଖାଇବା ଫ୍ରି ଅଫର୍ ଦେଉଛନ୍ତି କମ୍ପାନୀ

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୦୬/୦୭ : କରୋନା ସଂକରଣ ରୋକିବା ପାଇଁ ସରକାର ମାର୍ଚ୍ଚ ୨୫ ତାରିଖରୁ ଦେଶରେ ଲକଡାଉନ ଘୋଷଣା କରିଛନ୍ତି | ୨ ମାସ ଧରି ଚାଲିଥିବା ଲକଡାଉନ ଯୋଗୁଁ ଅନେକ କମ୍ପାନୀ, ଡାକ, କାରଖାନା ବନ୍ଦ ରହିଛି | ଫଳରେ ଶ୍ରମିକ ଓ କମ ଦରମା ପାଉଥିବା କର୍ମଚାରୀ ବେକାର ହୋଇଯାଇଥିଲେ | କାମ ନ ପାଇ ଶ୍ରମିକ ନିଜ ନିଜ ଗାଁକୁ ଚାଲିଗଲେ | ବର୍ତ୍ତମାନ ଅନଲକ ଆରମ୍ଭ ହୋଇଯାଇଛି | ଜୁଲାଇ ୧ ତାରିଖରୁ ଅନଲକ ୨ ଜାରି ରହିଛି | ବର୍ତ୍ତମାନ କମ୍ପାନୀଗୁଡିକ ଖୋଲି ଯାଇଛି ଏବଂ ସେମାନେ ଶ୍ରମିକମାନଙ୍କୁ ପୁଣି ଆସି କାମ ଆରମ୍ଭ କରିବାକୁ କହୁଛନ୍ତି | କିନ୍ତୁ ଶ୍ରମିକ ପୁଣି ଯିବା ପାଇଁ ମଙ୍ଗୁ ନାହାନ୍ତି |

କମ୍ପାନୀ ପ୍ରବାସୀ ଶ୍ରମିକଙ୍କୁ ପୁଣି ଆଣିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି | କିଛି କମ୍ପାନୀ ଶ୍ରମିକଙ୍କୁ ଆକର୍ଷିତ କରିବା ପାଇଁ ବିମାନ ଟିକେଟ, ଘର ଓ ଭୋଜନ ଫ୍ରି ଦେବା ପାଇଁ ପ୍ରଲୋଭନ କରୁଛନ୍ତି | ଏ ସମ୍ପର୍କରେ କମ୍ପାନୀଗୁଡିକ ଗାଁ ମୁଖିଆଙ୍କ ସହିତ ମଧ୍ୟ କଥାବାର୍ତ୍ତା କରୁଛନ୍ତି | କମ୍ପାନୀ ଶ୍ରମିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତିଶୃତି ଦେଉଛନ୍ତି | ଏହାସହ ଶ୍ରମିକଙ୍କ ଯିବା ଆସିବା ବ୍ୟବସ୍ଥା ନିଜେ କରିବାକୁ ପ୍ରସ୍ତୁତ ଅଛନ୍ତି | ଅନେକ ଶ୍ରମିକ ଫେରିଯିବାକୁ ଇଛା ପ୍ରକାଶ କରିଛନ୍ତି | କିନ୍ତୁ ଶ୍ରମିକଙ୍କୁ ରାଜି କରାଇବା ପାଇଁ ମଧ୍ୟ କମ୍ପାନୀକୁ ଖୁବ ପାପଡ ବେଲିବାକୁ ପଡିଛି |

ମହାରାଷ୍ଟ୍ର ରିୟଲ ଇଷ୍ଟେଟ ଡେଭେଲପ୍ମେଣ୍ଟ କାଉନସିଲ ଅଧ୍ୟକ୍ଷ ରାଜନ ବନ୍ଦେଲକର କହିଛନ୍ତି ଯେ ଶ୍ରମିକଙ୍କ ପାଇଁ ନିର୍ମାଣ ପରିଯୋଜନା ବହୁତ ପ୍ରଭାବିତ ହୋଇଛି | କିନ୍ତୁ ଏବେ ତାକୁ ପୁରା କରିବାର ସମୟ ଆସିଛି | ମୁମ୍ବାଇର ଏକ ଫାର୍ମା କମ୍ପାନୀ ମଧ୍ୟ ଗତ ୩ ମାସ ହେଲା ଶ୍ରମିକ ଅଭାବରୁ ନାନା ସମସ୍ୟାର ସମ୍ମୁଖୀନ ହୋଇଛି | ସେଥିପାଇଁ କମ୍ପାନୀ ଏବେ ଶ୍ରମିକଙ୍କୁ ଆଣିବା ପାଇଁ ବସ ବ୍ୟବସ୍ଥା କରିଛି | କିଛି ଶ୍ରମିକଙ୍କୁ ଫ୍ଲାଇଟ ଯୋଗେ ମଧ୍ୟ ଅଣାଯାଉଛି |

- ଶ୍ରମିକଙ୍କୁ ଆଣିବା ପାଇଁ କମ୍ପାନୀ ତରଫରୁ ବସ, ଟ୍ରେନ ଓ ବିମାନ ସୁବିଧା କରାଯାଇଛି

- କମ୍ପାନୀ ତରଫରୁ ଶ୍ରମିକଙ୍କୁ ରହିବା ଖାଇବା ଫ୍ରି ଦିଆଯାଉଛି

- ଶ୍ରମିକଙ୍କୁ ଆଣିବା ପାଇଁ କମ୍ପାନୀ ଉଭୟ ଜାଗର ଅଧିକାରୀଙ୍କ ଠାରୁ ଅନୁମତି ନେଉଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.