Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

କମ୍ପାନୀ ଆକ୍ଟ ୨୦୧୩ରେ ସଂଶୋଧନ, ଏବେ ପିଏମ୍ କେୟାର୍ସ ନିମନ୍ତେ CSR ପାଣ୍ଠି ସଂଗ୍ରହ ହେବ ସୁଗମ

27/05/2020 at 4:38 PM

ନୂଆଦିଲ୍ଲୀ ୨୭।୫:  ଦେଶରେ କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ‘ପିଏମ କେୟାର୍ସ’ ପାଣ୍ଠି ସ୍ଥାପନା କରିଛନ୍ତି। ଏବେ ଏଥିରେ କର୍ପୋରେଟ୍ ସଂସ୍ଥାମାନେ ମଧ୍ୟ ସେମାନଙ୍କର ଅନୁଦାନ ଦେଇ ପାରିବେ। ଏଥିଲାଗି କେନ୍ଦ୍ର ସରକାର କମ୍ପାନୀ ଆକ୍ଟ ୨୦୧୩ରେ ସଂଶୋଧନ କରିଥିବା ନେଇ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି।  କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ମେ ୨୬ ତାରିଖରେ ଏ ନେଇ ନୋଟିଫିକେସନ ଜାରି କରିଥିଲେ। ସେହି ଅନୁସାରେ କମ୍ପାନୀ ଆଇନ ୨୦୧୩ର ଧାରା ୪୬୭ ଉପଧାରା(୧)ରେ ସଂଶୋଧନ ହୋଇଛି।

ଏହି ସଂଶୋଧନ ଯୋଗୁ ଏବେ ପିଏମ କେୟାର୍ସରେ କର୍ପୋରେଟ ସେମାନଙ୍କ  ସାମାଜିକଦାୟିତ୍ୱ ବାବଦ ପାଣ୍ଠି ପ୍ରଦାନ କରିପାରବେ। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି ପାଇଁ ଲାଗୁ ହେଉଥିବା ନିୟମ ମଧ୍ୟ ଏଥିରେ ଲାଗୁ ହେବ। ତେବେ କୌତୁହଳର କଥା ହେଉଛି ଏହା ୨୮ ମାର୍ଚ୍ଚ ୨୦୨୦ରୁ ପ୍ରଭାବି ହୋଇଛି। ଏଥିରୁ ଯେଉଁ କର୍ପୋରେଟମାନେ ଏହି ସମୟରେ ପିଏମ କେୟାର ଫଣ୍ଡକୁ ଦାନ କରିଛନ୍ତି ଏହାକୁ ସିଏସଆର ପାଣ୍ଠିରୁ ଦାନ ବୋଲି ବୁଝାଯିବ।

ତେବେ କରୋନା ଭାଇରସ ମହାମାରୀ ଲାଗି ପିଏମ କେୟାର୍ସ ଫଣ୍ଡ ସ୍ଥାପନା ପରଠାରୁ ବିବାଦର ସୂତ୍ରପାତ ହୋଇଛି। ଏପରି ପରିସ୍ଥିତି ଲାଗି ପୂର୍ବରୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି ଥିବା ବେଳେ ସମାନ ପ୍ରକାରର ଆଉ ଏକ ପାଣ୍ଠି ସ୍ଥାପନାର ଆବଶ୍ୟକତାକୁ  ନେଇ ବିରୋଧୀ କଂଗ୍ରେସ ସମେତ ତଥାଭିଜ୍ଞ ମହଲ ପ୍ରଶ୍ନ କରୁଛନ୍ତି।

ଏଥିରେ ସରକାର କମ୍ପାନୀ ଆଇନରେ ସଂଶୋଧନ କରିବା ଏବେ କର୍ପୋରେଟ ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ବିଭିନ୍ନ ସାମାଜିକ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ବଳିପଡିବେ ବୋଲି ଆଶଙ୍କା କରାଯାଉଛି। କର୍ପୋରେଟ୍ ସଂସ୍ଥାମାନେ ଏବେ ସରକାରଙ୍କ ସୁନାପିଲା ହେବା ଲାଗି ତଥା ବିପଦରେ ସହୟତା ନିମନ୍ତେ ଏ ବାବଦ ଅର୍ଥ ପିଏମ କେୟାର୍ସ ପାଣ୍ଠିକୁ ଦେଇ ଚୁପ୍ ହୋଇଯିବେ।  ଏଥିରୁ ସେମାନେ ପୂର୍ବଭଳି ପାରିପାର୍ଶ୍ୱିକ ଉନ୍ନତି ଲାଗି କରୁଥିବା ଖର୍ଚ୍ଚ ବି ଆଗକୁ କରି ନ ପାରନ୍ତି।  

   Related Posts