Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପାର୍ବଣ ପୂର୍ବରୁ ମମତାଙ୍କ ବଡ଼ ବୟାନ: ପଶ୍ଚିମବଙ୍ଗରେ ଆରମ୍ଭ ହେଲାଣି କରୋନାର ଗୋଷ୍ଠି ସଂକ୍ରମଣ

4/10/2020 at 3:20 PM

ନୂଆଦିଲ୍ଲୀ ୦୪/୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଭାଇରସକୁ ନେଇ ବଡ଼ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗରେ କରୋନା ଭାଇରସର ଗୋଷ୍ଠି ସଂକ୍ରମଣ ଆରମ୍ଭ ହେଲାଣି। ଖୋଦ୍ ମମତା ଏ କଥା କହିଛନ୍ତି। ଦୁର୍ଗା ପୂଜାକୁ ଆଉ କେଇଟା ଦିନ ଥିବା ବେଳେ ତାଙ୍କର ଏ କଥା ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି।

ସେ କହିଛନ୍ତି ଏବେ ଆମେ କରୋନା ମହାମାରୀ ମଧ୍ୟ ଦେଇ ଗତି କରୁଛେ। ଏପରିକି ତାଙ୍କର ତିନି ଜଣ ବିଧାୟକଙ୍କୁ ଭାଇରସ ହୋଇଛି। ରାଜ୍ୟରେ ଗୋଷ୍ଠି ସଂକ୍ରମଣ ଆରମ୍ଭ ହୋଇଥିବାରୁ ସମସ୍ତଙ୍କୁ ସତର୍କ ରହିବା ଦରକାର।

ହାଥରସ ମାମଲାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଏଭଳି କଥା କହିଛନ୍ତି ମମତା। ଏହି ରାଲିରେ ଶହ ଶହ ଟିଏମସି କାର୍ଯ୍ୟକର୍ତା ସାମିଲ ଥିଲେ। ରାଲିରେ ଅଧିକାଂଶ ଲୋକ ମାସ୍କ ନ ପିନ୍ଧି ବୁଲୁଥିଲେ। ଏହି ଅବସରରେ ମମତା ବିଜେପି ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଥିଲେ। ସେ କହିଛନ୍ତି ବିଜେପି ଉଭୟ ଘୃଣା ଓ କରୋନା ପ୍ରସାର କରୁଛି।

   Related Posts