Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||

ଉତ୍କଟ ଜାତିପ୍ରଥା : ଅନ୍ୟ ଜାତିରେ ବାହା ହେଲେ ବୋଲି ସମାଜରୁ ବାସନ୍ଦ ହୋଇଥିଲେ, ଏବେ ମରିଗଲା ପରେ ଶବ ବି ନେବାକୁ ଆସିଲେନି ସାହି ଭାଇ

13/11/2018 at 10:19 PM

ଦେବଗଡ଼ ୧୩/୧୧: ଅନ୍ୟ ଜାତିରେ ବାହା ହେଲେ ବୋଲି ସମାଜରୁ ବାସନ୍ଦ ହେଲେଜାତି ଭାଇ କୌଣସି ସାମାଜିକ କାମକୁ ଡାକିଲେ ନାହିଁ ଘରେ ରହିବାକୁ ଅନୁମତି ମିଳିଲା ନାହିଁ ଶେଷରେ ରୋଗାକ୍ରାନ୍ତ ହୋଇ ମରିଗଲା ପରେ ବି ଶବ ନେବାକୁ କେହି ଆସିଲେ ନାହିଁ । ତେବେ ପୋଲିସ ହସ୍ତକ୍ଷେପ ପରେ ଘଟଣାରେ ସମାଧାନ ଘଟିଥିଲା । ଏପରି ଘଟଣା ଦେଖିବାକୁ ମିଳିଥିଲା ଦେବଗଡରେ ।

ଦେବଗଡ ମୁଖ୍ୟ ଚିକିତ୍ସାଳୟ ପୁରୁଷ ଭେଷଜ ୱାର୍ଡ ବାରଣ୍ଡାରେ ପଡିଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ମୃତକ ହେଲେ ତିଲେଇବଣି ପ୍ରଭାଶୁଣି ଗାଁର ପ୍ରମୋଦ କୁମୁରା । ରବିବାର ରାତିରେ ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ତାଙ୍କ ମୃତଦେହ ନେବାକୁ କେହି ସଂପର୍କୀୟ କି ଜାତି ଭାଇ ଆସିଲେ ନାହିଁ । କାରଣ ପ୍ରମୋଦ ବାହା ହୋଇଥିଲେ ଅନ୍ୟ ଜାତିରେ । ଏଥିପାଇଁ ତାଙ୍କୁ ଘରଲୋକେ ଓ ଜାତିଭାଇ ବାସନ୍ଦ କରିଥିଲେ । ଦୁଇଟି ଛୁଆଙ୍କୁ ଧରି ପ୍ରମୋଦଙ୍କ ସ୍ତ୍ରୀ ଅନ୍ୟତ୍ର ରହୁଥିବା ବେଳେ ପ୍ରମୋଦ ବାହାରେ ରହୁଛନ୍ତି । କିଛି ଦିନ ହେବ ପ୍ରମୋଦ ଟି.ବି. ରୋଗରେ ଆକ୍ରାନ୍ତ ହୋଇଥିଲେ । ଗାଁର ଜଣେ ବ୍ୟକ୍ତି ତାଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ହସ୍ପିଟାଲ କର୍ମଚାରୀ ତାଙ୍କର ଦେଖାଶୁଣା କରୁଥିଲେ । ରବିବାର ରାତିରେ ପ୍ରମୋଦଙ୍କର ମୃତ୍ୟୁ ହୋଇଥିଲା । ବାସନ୍ଦ ଭୟ ଯୋଗୁଁ ତାଙ୍କ ବଡ ଭାଇ ମଧ୍ୟ ଶବ ନେଇ ସତ୍କାର କରିବାକୁ ଅମଙ୍ଗ ହୋଇଥିଲେ ।

ପ୍ରମୋଦଙ୍କ ମୃତଦେହ ନେବାକୁ କେହି ନଆସିବାରୁ ଡାକ୍ତରଖାନା କର୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଓ ପ୍ରଶାସନ ପକ୍ଷରୁ ଆଲୋଚନା ପରେ ଶବ ନେଇଥିଲେ ବଡଭାଇ । ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବେଶ୍ ନାକେଦମ୍ ହେବାକୁ ପଡିଥିଲା ।

ଜଣେ ମରିଗଲା ପରେ ବି ବାସନ୍ଦ ଯୋଗୁଁ ଚାରିକାନ୍ଧ ପାଇବାରୁ ବଞ୍ଚିତ ହେବା ସମାଜରେ ଜାତିପ୍ରଥାର ଘୃଣ୍ୟ ଚେହେରାକୁ ପୁଣିଥରେ ସାମ୍ନାକୁ ଆଣିଛି ।

   Related Posts