ଶବ ନେବାକୁ ନଥିଲା ମହାପ୍ରୟାଣ ଗାଡି, ସ୍ବାସ୍ଥ୍ୟକେନ୍ଦ୍ରକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | July 24, 2019 IST

କଳାହାଣ୍ଡି ୨୪|୭:  କଳାହାଣ୍ଡି ଜିଲ୍ଲା ଥୁଆମୁଳରାମପୁର ବ୍ଲକ୍ କାଣିଗୁମା ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ଗତ ୧୫ ତାରିଖ ହସ୍ପିଟାଲ କର୍ତ୍ତୃପକ୍ଷ ଶବ ନେବାକୁ ମହାପ୍ରୟାଣ ଗାଡି ଯୋଗାଇ ନ ଦେବାରୁ ଶବକୁ ଦୋଳାରେ ବୋହି ୫ କି.ମି. ନେଇଥିଲେ ମୃତକଙ୍କ ପରିବାର । ସ୍ବାସ୍ଥ୍ୟ ସ୍ବାରାଜ ନାମକ ସଂସ୍ଥା ଏହି ହସ୍ପିଟାଲ ପରିଚାଳନା କରୁଥିଲା । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତଦନ୍ତ ରିପୋର୍ଟ ଆଧାରରେ କାର୍ଯାନୁଷ୍ଠାନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଥୁଆମୁଳରାମପୁର ତହସିଲଦାର ଓ ସ୍ବାସ୍ଥ୍ୟ ଆଧିକାରୀ ସିଲ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.