ରାୟଗଡ଼ାରେ ୨ ସାହି ଭିତରେ ଗୋଷ୍ଠୀ ସଂଘର୍ଷ: ଏସପି, ମହିଳା କନେଷ୍ଟେବଲଓ ୪ଆଇଆରବି ଜବାନ ଆହତ, ପୋଲିସର ଲାଠି ଚାର୍ଜ

Published By : Prameya-News7 Bureau | July 13, 2019 IST

ରାୟଗଡ଼ା୧୩|୭: ରାୟଗଡ଼ାରେ ୨ ସାହି ଭିତରେ ଗୋଷ୍ଠୀ ସଂଘର୍ଷ ।ଏସ୍‌ପିଙ୍କ ଗାଡ଼ି ଉପରକୁ ପଥର ଓ କାଚ ଫିଙ୍ଗିଲେ ଉତ୍ୟକ୍ତ ଲୋକେ ।ଏଥିରେ ରାୟଗଡ଼ା ଏସ୍‌ପି, ଜଣେ ମହିଳା କନେଷ୍ଟବଳ ଓ ୪ ଜଣ ଆଇଆର୍‌ବି ଯବାନ ଆହତ ହୋଇଛନ୍ତି । ସାଧାରଣ ନିର୍ବାଚନ ବେଳେ ୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଶତ୍ରୁତାକୁ ନେଇ ଏହି ସଂଘର୍ଷ ଘଟିଛି ।ଶହ ଶହ ପୁରୁଷ ମହିଳା ରାୟଗଡ଼ା ଥାନା ଘେରାଉ କରିଥିଲେ ।ଏପରିକି କେତେକ ଲୋକ ଜୋର ଜବରଦସ୍ତ ଥାନା ଭିତରେ ପଶିଯାଇଥିଲେ ।…

{"id":133240}

ରାୟଗଡ଼ାରେ ଜୋରଦାର ହିଂସାକାଣ୍ଡ ।ନିର୍ବାଚନ ସମୟରେ ୨ ପ୍ରାର୍ଥୀଙ୍କ ମଧ୍ୟରେ ଥିବା ବିବାଦରୁ ଗୋଷ୍ଠୀ ସଂଘର୍ଷ ।ନୂଆସାହି ଓ ଆଞ୍ଜିୟାପେଟା ମଧ୍ୟରେ ଲଢେଇ ।ରାୟଗଡ଼ା ଥାନା ସମ୍ମୁଖ ପାଲଟିଲା ରଣକ୍ଷେତ୍ର ।ପରିସ୍ଥିତି ଏମିତି ହୋଇଥିଲା ଯେ ଏସ୍‌ପି ଡକ୍ଟର ସର୍ବଣା ବିବେକ୍‌ ଏମ୍‌. ମଧ୍ୟ ଉତ୍ୟକ୍ତ ଲୋକଙ୍କର ଢେଲାପଥର ଏବଂ ବୋତଲ ମାଡ଼ରେ ଆହତ ହୋଇଛନ୍ତି ।ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ କରିଥିଲା ପୋଲିସ ।ଏହି ସମୟରେ ଥାନାକୁ ଆସିଥିବା ଜଣେ ଯୁବକଙ୍କୁ ଥାନା ସାମ୍ନାରେ ଆକ୍ରମଣ କରିଥିଲେ ଉତ୍ୟକ୍ତ ଲୋକେ ।ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଏସ୍‌ପି, ଜଣେ ମହିଳା କନେଷ୍ଟବଳ ଏବଂ ୪ ଜଣ ଆଇଆରବି ଯବାନ ଆହତ ହୋଇଛନ୍ତି ।…

{"id":133241}

ଲାଠିଚାର୍ଜ ପରେ ଛତ୍ରଭଙ୍ଗ ଦେଇଥିଲେ ଆନ୍ଦୋଳନକାରୀ ।ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।ପୂର୍ବରୁ ଗୋଷ୍ଠୀ ସଂଘର୍ଷରେ ହରିଶ ପଟ୍ଟନାୟକ ଓ ଉମେଶ ଚନ୍ଦ୍ର ହିଆଲ ଆହତ ହୋଇଥିଲେ ।ଉମେଶଙ୍କ ସପକ୍ଷରେ ନୂଆସାହି ଓ ଶ୍ରୀରାମ ନଗରର ଶତାଧିକ ପୁରୁଷ ମହିଳା ଥାନା ଘେରାଉ କରିଥିବା ବେଳେ ଆଞ୍ଜିୟାପେଟା ବାସିନ୍ଦା ଗତ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।…

{"id":133242}

ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖିଥିବା ବେଳେ ରାୟଗଡ଼ା ସହରର ବିଭିନ୍ନ ସ୍ଥାନରେ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି ।…

{"id":133243}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.