ଗାଁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି, ରୋଗୀ ସେବା ବାଧାପ୍ରାପ୍ତ ସହ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | August 25, 2020 IST

ଭଦ୍ରକ୨୫/୮:  ବର୍ଷା ଅସରାଏ ହେଲେ ଗାଁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଯାହାଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଛି।  ସ୍ଥାନୀୟ ଅଞ୍ଚଳ ସହ ଅନ୍ୟ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯଦି ଏଭଳି ପରିସ୍ଥିତିରେ ରୋଗୀ ହସ୍ପିଟାଲ ଯିବେ, ତେବେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବା ନିଶ୍ଚିତ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳକୁ ସଂଯୋଗ କରୁଛି ୨ଟି ରାସ୍ତା। ଏହି ଦୁଇଟି ରାସ୍ତାରେ ଖାଲଖମା ଭର୍ତ୍ତି ହୋଇଛି। ଯାହାଫଳରେ ବର୍ଷା ହେଲେ ସ୍ଥାନୀୟ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାରେ ଲୋକେ ଯାଅ, ଆସ କରିବା ଦୂର କଥା, ସାଇକେଲରେ ଯିବା ବି କଷ୍ଟକର। ଗାଁକୁ ସଂଯୋଗ କରୁଥିବା ଗାଁ ରାସ୍ତାରେ ଆଣ୍ଠୁଏ ପାଣିର ସୁଅ ପଡୁଛି।

ଅନ୍ୟ ରାସ୍ତାରେ ବର୍ଷା ହୋଇ ଘାଇ ହୋଇଯାଇଛି। ଏହି ଗାଁରେ ୧୨୦ ପରିବାର ବସବାସ କରନ୍ତି। ଏହି ରାସ୍ତାରେ ଆଉ ଦୁଇଟି ଗ୍ରାମବାସୀ ଯାତାୟତ କରନ୍ତି।  ପଛ ଗଡିଆ ଗାଁର ୮୦ ପରିବାର ଓ ଗୋହିରାପଦୀ ଗାଁର ୧୦୦ ପରିବାର ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରନ୍ତି।  ଗାଁ ସ୍କୁଲକୁ ମଧ୍ୟ ଅନ୍ୟ ଦୁଇ ଗାଁର ପିଲା ବର୍ଷା ଦିନେ ଯାଇ ପାରନ୍ତି ନାହିଁ। ରାସ୍ତା ପାର ହେବା ପାଇଁ ପାଣିର ସୁଅ ଦେଖି ଆସିବାକୁ ହୁଏ। ଗାଁ ଭିତରକୁ ବାଇକଟିଏ ନେଲେ ଦୁଇରୁ ଚାରି ଜଣ ଲୋକ ଲୋଡା ହୁଅନ୍ତି, ବାଇକ୍‌କୁ ଧକ୍କା ଦେବା ଲାଗି। ଏହି ରାସ୍ତାର ମରାମତି ଲାଗି ସ୍ଥାନୀୟ ଲୋକେ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ କାର୍ଯ୍ୟକାରୀ ଶୂନ। ତେବେ ଏହି ରାସ୍ତା ଉପରେ ହଜାର ହଜାର ଲୋକ ନିର୍ଭର କରନ୍ତି। ତୁରନ୍ତ ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.