ଲଗାଣ ବର୍ଷାରେ ବେହାଲ କୋରାପୁଟ

Published By : Prameya-News7 Bureau | August 15, 2018 IST

କୋରାପୁଟ ୧୫/୮ : ଲଗାଣ ବର୍ଷାରେ ବେହାଲ କୋରାପୁଟ । ଗତକାଲିଠାରୁ ବର୍ଷା ଲାଗି ରହିଥିବାରୁ ଜୟପୁର ସହରର କୁମ୍ଭାର ସାହି, ଏଚ୍.କେ କଲୋନୀରେ ପାଣି ପଶିଯାଇଛି । ବୋରିଗୁମ୍ମାରୁ-ରାଣୀଗଡ ରାସ୍ତାରେ ମାଟି ଅତଡା ଧସି ଯାଇଛି । ଫଳରେ ସେହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି । ଏଥିସହ ଦଶମନ୍ତପୁରରୁ-ତୋୟାପୁଟ ମଝିରେ ବିରିଗୁଡା ପୋଲ ଭାସିଯାଇଛି । ବୋରିଗୁମ୍ମା ସିଙ୍ଗାରି ନଦୀ ପୋଲ ଉପରେ ୭ ଫୁଟ ବର୍ଷା ପାଣି ପ୍ରବାହିତ ହେଉଛି । ପୋଲ ପାରି ହେବା ବେଳେ ଗୋଟିଏ ଟ୍ରାକ୍ଟର ଭାସି ଯାଉଥିବା ବେଳେ ଅଳ୍ପକେ ଡ୍ରାଇଭର ଓ ହେଲପର ବର୍ତ୍ତି ଯାଇଛନ୍ତି । ବୋରିଗୁମ୍ମା ବ୍ଲକର ୭ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏଥି ସହ ବଣ୍ଡାଗୁଡା ନିକଟ ଜାତୀୟ ରାଜପଥରେ ମଧ୍ୟ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.