କଳାହାଣ୍ଡି ଜିଲ୍ଲାରେ ବର୍ଷ। ବିତ୍ପାତ ; ଧୋଇଗଲା ଆପ୍ରୋଚ ରୋଡ୍

Published By : Prameya-News7 Bureau | August 15, 2018 IST

କଳାହାଣ୍ଡି ୧୫/୮ : କଳାହାଣ୍ଡି ଜିଲ୍ଲାରେ ବର୍ଷ। ବିତ୍ପାତ । ୬ ନମ୍ବର ରାଜ୍ୟ ରାଜପଥ ସିକେରକୁପା ଠାରେ ବ୍ରିଜ ପାର୍ଶ୍ବ ରାସ୍ତା ସଂପୂର୍ଣ୍ଣ ଧୋଇଯାଇଛି । ଗତକାଲି ରାତିରୁ ରାସ୍ତା ଧୋଇ ଯାଇଥିବାରୁ କଳାହାଣ୍ଡି-ରାୟଗଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସେହିପରି ବଲାଙ୍ଗୀର-ଭବାନୀପାଟଣା ଜାତୀୟ ରାଜପଥ-୨୬ ରେ ଭାରିଯାନ ଚଳାଚଳ ଗତକାଲିଠାରୁ ବନ୍ଦ ରହିଛି । କାନ୍ତଶୀରେଠାରେ ଆପ୍ରୋଚ ରୋଡ୍ ଧୋଇଯିବାରୁ ଜାତୀୟ ରାଜପଥ ମରାମତି ଚାଲିଛି । ହାତୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିରିପୁର, ମାଟିଖାଲ, ବାଲିଛଡା ଗାଁରେ ୨ ଫୁଟର ପାଣି ପସିଛି । ନର୍ଲା ବ୍ଲକ୍ ରୁପ୍ରାରୋଡ ପଞ୍ଚାୟତର ୨ଟି ୱାର୍ଡରେ ସାନ୍ଦୁଲ ନଦୀ ପାଣି ପସିଯିବାରୁ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହାଛଡା ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ତଳି ଅଞ୍ଚଳରେ ଘର ଭିତରେ ପାଣି ପସିଛି । ଚାଷ ଜମିରେ ବାଲିଚର ମାଡି ଯିବାରୁ ଚାଷ ନଷ୍ଟ ହେବା ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.