ଆସନ୍ତା ଜୁଲାଇ ୧୭ରୁ କଟକ ଇନ୍ଡୋର ଷ୍ଟାଡିୟମ୍ରେ କମନୱେଲ୍ଥ ଟେବୁଲ୍ ଟେନିସ୍
30/06/2019 at 7:33 PM

କଟକ ୩୦|୬: ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ଆଉ ଏକ ଆନ୍ତର୍ଜାତୀକ କ୍ରୀଡା ପ୍ରତିଯୋଗୀତା। ଆସନ୍ତା ଜୁଲାଇ ୧୭ ତାରିଖ ଠାରୁ କଟକ ଇଣ୍ଡୋର ଷ୍ଟାଡିୟମ୍ ରେ ଆୟୋଜିତ ହେବ କମନୱେଲ୍ଥ ଟେବୁଲ୍ ଟେନିସ୍ । ସେଥି ପାଇଁ ଇଣ୍ଡୋର ଷ୍ଟାଡିୟମର ପ୍ରସ୍ତୁତି ତଦାରଖ କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ।

କମନୱେଲ୍ଥ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ପାଇଁ ସଜେଇ ହେଲାଣି କଟକ ଇଣ୍ଡୋର ଷ୍ଟାଡିୟମ୍। ଲାଇଟ୍ ସାଉଣ୍ଡ ଠାରୁ ଆରମ୍ଭ କରି ଖେଳାଳିଙ୍କ ରୁମ୍ , ଯୁଦ୍ଧକାଳୀନ ଭିତିରେ ଚାଳିଛି ସବୁ କିଛିର ପ୍ରସ୍ତୁତି । ଶନିବାର ଓଡିଶା ଟେବୁଲ ଟେନିସ ସଂଘର ସଭାପତି ଷ୍ଟାଡିୟମ୍ ବୁଲି ଦେଖିବା ସହ ସମୀକ୍ଷା କରିଥିଲେ । ଆସନ୍ତା ୫ ତାରିଖ ସୁଦ୍ଧା ଇଣ୍ଡୋର ଷ୍ଟାଡିୟମର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ପାଇଁ ସେ କହିଛନ୍ତି । ସମୀକ୍ଷା ବୈଠକରେ ପିଡବ୍ଲ୍ୟୁଡି, ଇଡକୋ, ଅଗ୍ନିଶମ ବିଭାଗ,କମିଶନରେଟ ପୋଲିସ କଟକ ମହାନଗର ନିଗମର କର୍ତ୍ତୃପକ୍ଷ ସାମିଲ ଥିଲେ।

କଟକରେ ହେବାକୁ ଥିବା ଏହି ଆନ୍ତର୍ଜାତୀୟ ଖେଳ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ଗ୍ରହଣ କରାଯିବ। ତେବେ ଦର୍ଶକଙ୍କ ସଂଖ୍ୟା ଅଧିକ ଆଶା ଥିବାରୁ ସେଥିପାଇଁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

ହକି ବିଶ୍ବକପ ପାଇଁ ରାଜ୍ୟ ସରକାର ଯେଭଳି ଭାବେ ପ୍ରଚାର ପ୍ରସାର କରିଥିଲେ କମନୱେଲ୍ଥ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ପାଇଁ ମଧ୍ୟ ବ୍ୟାପକ ପ୍ରଚାର ପ୍ରସାର କରାଯିବ।