ଭାରତ ମାତା ପ୍ରତି ନିଜ ଭକ୍ତି ଓ ଶ୍ରଦ୍ଧା-ସାଧାରଣ ଲୋକ କଲେ ମାଓବାଦୀଙ୍କ ମୁକାବିଲା,ଜଣେ ମାଓବାଦୀ ମୃତ

Published By : Prameya-News7 Bureau | January 26, 2020 IST

ଚିତ୍ରକୋଣ୍ଡା/ରାୟଗଡା/ମାଲକାନଗିରି ୨୬।୦୧ - ଦେଶ ଯେତେବେ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଥିଲା ।  ଠିକ୍‌ ସେତିକିବେଳେ ସାଧାରଣତନ୍ତ୍ର ଦିବସର ଏକ ଶକ୍ତ ସନ୍ଦେଶ ଦେଇଛନ୍ତି ମାଲକାନଗିରିର  ସ୍ବାଭିମାନ ଅଞ୍ଚଳର ଲୋକେ । ସାଧାରଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ଧମକ ଦେଇଥିଲେ ନକ୍ସଲ ।

{"id":216337,"sizeSlug":"large"}

କିନ୍ତୁ ନକ୍ସଲଙ୍କ ଧମକକୁ ଖାତିର ନ କରି ଆଦିବାସୀମାନେ ନକ୍ସଲଙ୍କ ମୁକାବିଲା କରିଥିଲେ। ଯେଉଁଥିରେ ଜଣେ ମାଓବାଦୀ ପ୍ରାଣ ହରାଇଥିଲେ। ତେବେ ପ୍ରତିହିଂସା ପରାୟଣ ହୋଇ ମାଓବାଦୀମାନେ  ଗାଁରେ ପୋଡ଼ାଜଳା କରିଥିବା ଜଣାଯାଇଛି।  ସେପଟେ ନିୟମଗିରି ପାହାଡ଼ରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।…

{"id":216338,"sizeSlug":"large"}

ଭାରତ ମାତା ପ୍ରତି ନିଜ ଭକ୍ତି ଓ ଶ୍ରଦ୍ଧାର ପ୍ରତିବଦ୍ଧତାର ମେସେଜ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଜନତା । ସାଧାରଣ ତନ୍ତ୍ର ଦିବସକୁ କଳାଦିବସ ପାଇଁ ବାଧ୍ୟ କରୁଥିବା  ଲାଲ୍ ବାହିନୀକୁ ଦେଇଛନ୍ତି କଡା ଜବାବ୍ । ପ୍ରଥମ ଥର ପାଇଁ ଏଭଳି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ । ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଜାନବାଇଠାରୁ ଜୋଡାମ୍ବ ପର୍ଯ୍ୟନ୍ତ ଦୀର୍ଘ ୧୪ କିଲୋମିଟର ରାସ୍ତା କାମକୁ ତ୍ବାରାନ୍ନିତ କରିଛି ମାଲକାନଗିରି ପୋଲିସ । ବିଏସଏଫ ଜବାନଙ୍କ କଡା ସୁରକ୍ଷା ବଳୟ ଭିତରେ ସେଠାରେ ଚାଲିଛି ରାସ୍ତା କାମ ।

{"id":216339,"sizeSlug":"large"}

ଯାହାକୁ ବିରୋଧ କରିବା ଲାଗି ୨୦ ରୁ ୨୫ ମାଓବାଦୀ ଶନିବାର ରାତିରେ ପହଞ୍ଚିଥିଲେ ଜନ୍ତୁରାଇ ଗାଁରେ । ତେବେ ଗାଁ ଲୋକେ ସେମାନଙ୍କ କଥା ନଶୁଣିବାରୁ ମାଓବାଦୀମାନେ ଫାଙ୍କା ଗୁଳି ଚାଳନା କରିଥିଲେ । ଏହି ଘଟଣା ପରେ ଗାଁ ଲୋକେ ଉତ୍ତେଜିତ ହୋଇ ନକ୍ସଲଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଘଟଣା ସ୍ଥଳ ଛାଡି ପଳାଉଥିବା ବେଳେ ଗାଁ ଲୋକେ ଦୁଇ ଜଣଙ୍କୁ କାବୁ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଦୁଇ ଜଣଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନା ନେଇଥିଲା । ସେଠାରେ ଜଣେ ନକ୍ସଲକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଚାଲିଛି ।…..  

{"id":216340,"sizeSlug":"large"}

ପ୍ରାଣ ହରାଇଥିବା ମାଓବାଦୀ ହେଉଛି ଗୁମ୍ମା ଏରିଆ କମିଟି ମେମ୍ବର ଗଙ୍ଗା ମାଢି ଓରଫ ଆଡମେ। ତା ନାଁରେ ରାଜ୍ୟ ସରକାର ପୂର୍ବରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଗୁରୁତର ମାଓବାଦୀ ଜିପ୍ର ହିକୋକା ହେଉଛି କୋରାପୁଟ ନାରାୟଣପାଟଣା ନକ୍ସଲ ସଂଗଠନର ଏ.ସି.ଏମ । ତା ଉପରେ ଚାରି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର ।

{"id":216341,"sizeSlug":"large"}

ଦୁଇ ହାଡକୋର ମାଓବାଦୀ ଗାଁ ଲୋକଙ୍କ ହାତରେ ଧରା ପଡିବା ପରେ ସେଠାରେ ଉତ୍ତେଜନା ଦେଖା ଦେଇଛି । ପୁଣି ଥରେ ଲାଲ୍ ବାହିନୀ ଜନ୍ତୁରାଇ ଗାଁରେ ପହଞ୍ଚି ପୋଡାଜଳା କରିଛନ୍ତି । ନକ୍ସଲମାନେ ଆଦିବାସୀଙ୍କ ଘର ଭାଙ୍ଗିବା ସହ ୧୦ଟି ଘରେ ନିଆଁ ବି ଲଗାଇ ଦେଇଛନ୍ତି । ୫ ଟି ମୋଟର ସାଇକଲକୁ ମଧ୍ୟ ଜାଳି ଦେଇଛନ୍ତି ଲାଲ୍ ବାହିନୀ । ଫଳରେ ଗାଁ ଲୋକେ ଏବେ ଭୟଭୀତ ହୋଇ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ଚାଲି ଯାଇଛନ୍ତି । ଗାଁରୁ ୩ ଜଣଙ୍କୁ ମାଓବାଦୀ ଅପହରଣ କରିନେଇଥିବା କୁହାଯାଉଛି ।…  

{"id":216342,"sizeSlug":"large"}

ସେପଟେ ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ରାୟଗଡ଼ା-କଳାହାଣ୍ଡି ସୀମାନ୍ତରେ କମ୍ବିଂ ବେଳେ ମାଓବାଦୀଙ୍କ ସହ ଯବାନ ମୁହାଁମୁହିଁ ହୋଇଥିବାର ସୂଚନା ମିଳିଛି ।…    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.