ଜନ ସେବା କେନ୍ଦ୍ରରେ ବି ଲାଞ୍ଚ... ଘୁଷ୍ ନଦେଲେ ମିଳୁନି ଲିଗାଲହେୟାର ସାର୍ଟିଫିକେଟ୍

Published By : Prameya-News7 Bureau | December 13, 2019 IST

ସୋର ୧୩।୧: ଲିଗାଲହେୟାର ସାର୍ଟିଫିକେଟ୍ ପାଇଁ ଲାଞ୍ଚ ମାଗିଛନ୍ତି ଜନ ସେବା କେନ୍ଦ୍ର ମାଲିକ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ରପେୟା ସ୍ଥିତ କମନ ସର୍ଭିସ ସେଣ୍ଟରରେ ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି । କେବଳ ଏତିକି ନୁହେଁ ଏହି ଟଙ୍କା ପୁଣି ତହସିଲଦାର ଓ ଆରଆଇ ନେଉଥିବା ଜନ ସେବା କେନ୍ଦ୍ର ମାଲିକ ଲମ୍ବୋଧର ପଣ୍ଡା କହିଛନ୍ତି ।

ଗତ ଅଗଷ୍ଟ ୨୩ ତାରିଖରେ ମାଣିତ୍ରୀ ପଞ୍ଚାୟତ ନାରାୟଣପୁର ଗାଁର ଦୀପକ ରାଉତଙ୍କ ମା’ଙ୍କ ମୁତ୍ୟୁ ହୋଇଥିଲା । ଗତ ସପ୍ତାହରେ ମା’ଙ୍କ ମୃତ୍ୟୁର ଲିଗାଲହେୟାର ସାର୍ଟିଫିକେଟ୍ ଆଣିବାକୁ ଦୀପକ ରପେୟାରେ ଥିବା ଜନ ସେବା କେନ୍ଦ୍ରକୁ ଯାଇଥିଲେ । ସେଠାରେ ଜନ ସେବା କେନ୍ଦ୍ର ମାଲିକ ୧୩ ଶହରୁ ୧୪ ଶହ ଟଙ୍କା ଖର୍ଚ୍ଚ ହେବ । ଏଥିରେ ତହସିଲଦାର ୫୦୦ ଟଙ୍କା ଏବଂ ଆରଆଇ ୪ ଶହ ଟଙ୍କା ନେବେ ବୋଲି ମଧ୍ୟ କହିଥିଲେ । ଏହାସହ ସାର୍ଟିଫିକେଟ୍ ବାହାରିବା ପାଇଁ ୨ ମାସ ସମୟ ଲାଗିବ ବୋଲି କହିଥିଲେ ।

ଗତ ବଜେଟ୍‌ରେ ସାଧାରଣ ଲୋକଙ୍କଠାରୁ ଜନ ସେବା କେନ୍ଦ୍ରରେ ସମସ୍ତ ୟୁଜର୍ସ ଫି’ ଉଠାଇ ଦେଇଛନ୍ତି ସରକାର । କିନ୍ତୁ ଲମ୍ବୋଦର କମନ ସର୍ଭିସ ସେଣ୍ଟରରେ ଲୋକଙ୍କଠାରୁ ଟଙ୍କା ମଗାଯାଉଛି । ତାହା ପୁଣି ତହସିଲଦାର ଏବଂ ଆରଆଇ ନାଁ ଖୁଲମଖୁଲା ନେଇ ଟଙ୍କା ମାଗୁଛନ୍ତି। ତାକୁ ନେଇ ପ୍ରଶ୍ନ ଉଠିବା ସହ ଘଟଣାର ଦଦନ୍ତ ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.