Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଯୋଗ କରିବାବେଳେ ଭୁଲରେ ବି କରନ୍ତୁ ନାହିଁ ଏହି କାମ : ନଚେତ୍ ଭୋଗିବାକୁ ପଡ଼ିବ ଏହିସବୁ ଗୁରୁତର ସମସ୍ୟା

20/06/2020 at 3:37 PM

ଯୋଗର ଫାଇଦା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଜୁନ୍ ୨୧ତାରିଖରେ ପ୍ରତିବର୍ଷ  ଆନ୍ତର୍ଜାତୀୟ ଯୋଗ ଦିବସ ସେଲିବ୍ରେଟ୍ କରାଯାଏ। ଚିନ୍ତା ଏବଂ ବିଶୃଙ୍ଖଳିତ ଜୀବନରେ ସୁସ୍ଥ ରହିବା ପାଇଁ ଲୋକେ ଯୋଗର ସାହାଯ୍ୟ ଲୋଡ଼ିଥାନ୍ତି। ଯୋଗ କରିବା ସମୟରେ ଯଦି କୌଣସି ଭୁଲ୍ ହୋଇଯାଇଥାଏ ତେବେ ଫାଇଦା ବଦଳରେ କ୍ଷତି ଅଧିକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଯୋଗ କରିବା ସମୟରେ ଲୋକେ କ’ଣ ଭୁଲ୍ କରିଥାନ୍ତି।

୧. ଯୋଗ ପୂର୍ବରୁ ଭୋଜନ : ଯୋଗ କରିବା ଦ୍ବାରା ୨/୩ଘଣ୍ଟା ପୂର୍ବରୁ କିଛି ଖାଆନ୍ତୁ ନାହିଁ। କାରଣ ଯଦି ଆପଣ ଖାଦ୍ୟ ଖାଇ ଯୋଗ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ମାଂସପେଶୀ ସଙ୍କୁଚିତ ହୋଇଥାଏ। ବାନ୍ତି ମଧ୍ୟ ହୋଇଥାଏ। ଶରୀରକୁ ଖାଦ୍ୟ ହଜମ କରିବାକୁ ଅଧିକ ଶକ୍ତି ଆବଶ୍ୟକ ହୋଇଥାଏ। ଯାହା ଫଳରେ ଆପଣଙ୍କୁ ଯୋଗ କରିବା ସମୟରେ ଥକ୍କାପଣ ଅନୁଭୂତ ହୋଇଥାଏ।

୨. ଆଘାତ ଲାଗିଲେ ଯୋଗ : ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାରର ଆଘାତ ବା କ୍ଷତ ରହିଛି ଏବଂ ଆପଣଙ୍କୁ ଯୋଗର କୌଣସି ମୁଦ୍ରା କରିବାକୁ ସମସ୍ୟା ହେଉଛି ତେବେ ଏହାର ସୂଚନା ଆପଣଙ୍କ ଟିଚରକୁ ଦିଅନ୍ତୁ।

୩. ଯୋଗ ସମୟରେ ଗ୍ୟାଜେଟର ବ୍ୟବହାର : ଯୋଗ କରିବା ଆପଣ ନିଜର ପୂରା ଧ୍ୟାନ ଅନ୍ୟ ଜିନିଷରୁ ହଟାଇ କେବଳ ନିଜ ଯୋଗାସନ ଉପରେ ଲଗାଇବା ନିହାତି ଜରୁରୀ। ମୋବାଇଲକୁ କ୍ଳାସରେ ନେଇ ଯାବନ୍ତୁ ନାହିଁ। କାରଣ ଏହା ଦ୍ବାରା ଆପଣଙ୍କ ଧ୍ୟାନଭଙ୍ଗ ହେବ।

୪. ଭଲ୍ ପୋଷାକର ଚୟନ : ଯୋଗ ଅଭ୍ୟାସ କରିବା ପାଇଁ ଉପଯୁକ୍ତ ପୋଷାକର ଚୟନ କରନ୍ତୁ। ଯୋଗ କରିବା ସମୟରେ ଯଦି ଆପଣଙ୍କ ପୋଷାକ ଟାଇଟ୍ କିମ୍ବା କମ୍ ଝାଳ ଅବଶୋଷିତ ହେଉନାହିଁ ତେବେ ଆପଣଙ୍କ ଧ୍ୟାନ ଯୋଗ ଅପେକ୍ଷା ପୋଷାକ ଉପରେ ଅଧିକ ରହିବ।

୫. ଯୋଗ ସମୟରେ କଥାବାର୍ତ୍ତା : ନିଜ କ୍ଲାସମେଟଙ୍କ ସହ କଥା ହେବା ଏକ ଭଲ ଅଭ୍ୟାସ। କିନ୍ତୁ ଯୋଗ କ୍ଲାସରେ ଯେତେ ସମ୍ଭବ କମ୍ କଥା ହୁଅନ୍ତୁ। କାରଣ ଏହା ଦ୍ବାରା ଆପଣଙ୍କ ଧ୍ୟାନ ବିଚ୍ୟୁତ ହେବ ନାହିଁ। ବାକି ଲୋକ ମଧ୍ୟ ନିଜ ଯୋଗରେ ଧ୍ୟାନ ଦେଇ ପାରିବେ ନାହିଁ।

୬. କେଉଁ ଜିନିଷର ଆବଶ୍ୟକତା : ଯୋଗ କ୍ଲାସରେ ତଉଲିଆ କିମ୍ବା ସାଙ୍ଗରେ ରୁମାଲ୍ ନେଇ ଯାଆନ୍ତୁ। ଯାହା ଦ୍ବାରା ଝାଳ ବୋହିଲେ ଆପଣ ଝାଳ ପୋଛି ପାରିବେ। ମନେ ରଖନ୍ତୁ ଯେ ଏହି ପୋଷାକ ସଫା ସୁତୁରା ହୋଇଥିବା ଆବଶ୍ୟକ।

୭. ଜୋଶରେ ଯୋଗାସନ : ଉତ୍ସାହରେ ଆସି କୌଣସି ମୁଦ୍ରାକୁ ଜବରଦସ୍ତି କରିବାକୁ ଉଦ୍ୟମ କରନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ଶରୀରରେ ମାଂସପେଶୀ ସଙ୍କୁଚିତ ହୋଇପାରେ। ବରଂ ଧୀରେ ଧୀରେ ସମୟ ନେଇ ଯୋଗ କରନ୍ତୁ।

   Related Posts